ଓଡିଶା

odisha

ETV Bharat / bharat

ବିଲକିସ ବାନୋ ମାମଲା: ସୋମବାର ସର୍ବୋଚ୍ଚ କୋର୍ଟଙ୍କ ରାୟ - Bilkis Bano rape case

Bilkis Bano case: ଦୁଷ୍କର୍ମୀଙ୍କୁ ମୁକ୍ତ କରାଯିବା ବିରୋଧରେ ହୋଇଥିବା ମାମଲାରେ ସୋମବାର ସର୍ବୋଚ୍ଚ କୋର୍ଟଙ୍କ ରାୟ ଘୋଷଣା । ଅଧିକ ପଢନ୍ତୁ

ବିଲକିସ ବାନୋ ମାମଲା: ସୋମବାର ସର୍ବୋଚ୍ଚ କୋର୍ଟଙ୍କ ରାୟ
ବିଲକିସ ବାନୋ ମାମଲା: ସୋମବାର ସର୍ବୋଚ୍ଚ କୋର୍ଟଙ୍କ ରାୟ

By ETV Bharat Odisha Team

Published : Jan 6, 2024, 10:45 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ 2002 ଗୁଜୁରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ସେମାନଙ୍କ ଦଣ୍ଡ ପୁରା ହେବା ପୂର୍ବରୁ ମୁକ୍ତ କରାଯିବା ମାଲମାରେ ସୋମବାର (8 ଜାନୁଆରୀ) ସର୍ବୋଚ୍ଚ କୋର୍ଟ ରାୟ ପ୍ରକାଶ କରିବେ । ଗୁଜୁରାଟ ଗୋଧ୍ରାରେ ହୋଇଥିବା ଦଙ୍ଗା ସମୟରେ ବାନୋଙ୍କୁ ଗଣଦୁଷ୍କର୍ମ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 11 ଜଣଙ୍କୁ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁକ୍ତ କରାଯାଇଥିଲା । ଯାହାକୁ ବାନୋ ଦୁଖଃଦାୟକ କହିବା ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ସୋମବାର ଏହି ମାମଲାର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ ।ପୂର୍ବରୁ କୋର୍ଟ ଏହି ନିଷ୍ପତ୍ତି ପାଇଁ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାରଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ ଓ ସତ୍ୟପାଠ ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ କହିଥିଲେ ।

ସର୍ବୋଚ୍ଚ କୋର୍ଟଙ୍କ ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରୁଛି । ଗତବର୍ଷ (2023) ଅକ୍ଟୋବର 12 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ମାମଲାର ରାୟ ସଂରକ୍ଷିତ ରଖିଥିଲେ । 11 ଦିନ ଧରି ଚାଲିଥିବା ସିରଜ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଯାହା ସୋମବାର ପ୍ରକାଶ ପାଏଇବାକୁ ଯାଉଛି । ଅପରାଧୀମାନେ ଜେଲକୁ ଫେରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଶୁଣାଣି ସମୟରେ ନିଷ୍ପତ୍ତିକୁ ସଠିକ ଦର୍ଶାଇ ଉଭୟ ଗୁଜୁରାଟ ଓ କେନ୍ଦ୍ର ସରକାର ଏକାଧିକ ଦଲିଲ ଦାଖଲ କରିସାରିଛନ୍ତି । 2002 ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବୋନୋଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ 7ଜଣ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ 14 ବର୍ଷ ଜେଲରେ ରହିବା ପରେ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଗୁଜୁରାଟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଦୋଷୀମାନେ ଏବେ ଜେଲରୁ ମୁକ୍ତ ହୋଇସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ : - ଉତ୍ତର-ପୂର୍ବ ଉଗ୍ରବାଦ: ଭାରତର ଆଭିମୁଖ୍ୟ

ବାନୋଙ୍କ ସମେତ ଏକାଧିକ ସାମାଜିକ ସଂଗଠନ ଏହି ମୁକ୍ତିକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର କରିଥିଲେ । ସେତେବେଳେ ବାନେ ଏହି ନିଷ୍ପତ୍ତିକୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ । ଦୀର୍ଘ ଆଇନଗତ ଲଢେଇ ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ଜେଲକୁ ମୁକ୍ତ କରାଯିବା ପରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିବା ସହ ପରବର୍ତ୍ତୀ ସମୟରେ ମାମଲା ମଧ୍ୟ କରିଥିଲେ । ଯାହାର ଶୁଣାଣି ଗତବର୍ଷ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା । ଯାହା ସୋମବାର ପ୍ରକାଶ ପାଇବାକୁ ଯାଉଛି । ଯାହା ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details