ଓଡିଶା

odisha

ETV Bharat / bharat

ଧାରା 370 ଉଚ୍ଛେଦ ମାମଲା, ଗ୍ରୀଷ୍ମାବକାଶ ପରେ ସୁପ୍ରିମକୋର୍ଟରେ ଶୁଣାଣି - ଧାର 370 ଉଚ୍ଛେଦ ମାମଲା

ଜମ୍ମୁ କଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଖରା ଛୁଟି ପରେ ହୋଇପାରେ । ଅଧିକ ପଢନ୍ତୁ

ଧାରା 370 ଉଚ୍ଛେଦ ମାମଲା, ଗ୍ରୀଷ୍ମାବକାଶ ପରେ ସୁପ୍ରିମକୋର୍ଟରେ ଶୁଣାଣି
ଧାରା 370 ଉଚ୍ଛେଦ ମାମଲା, ଗ୍ରୀଷ୍ମାବକାଶ ପରେ ସୁପ୍ରିମକୋର୍ଟରେ ଶୁଣାଣି

By

Published : Apr 26, 2022, 8:46 AM IST

ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଖରା ଛୁଟି ପରେ ହୋଇପାରେ। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଧାରା 370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିସନ ଉପରେ ଗ୍ରୀଷ୍ମାବକାଶ ପରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଆସନ୍ତା ମେ ୨୩ ରୁ ଜୁଲାଇ ୧୧ ମଧ୍ୟରେ ଶୁଣାଣି ହୋଇପାରେ ।

କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ନିର୍ବାଚନ ମଣ୍ଡଳୀଗୁଡିକୁ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଚଳାଇଥିବାରୁ ପିଟିସନର ଜୁରରୀ ଶୁଣାଣି ଲାଗି ପ୍ରଧାନ ବିଚାରପତି ଏନ. ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶେଖର ନାଫାଡେ ନିବେଦନ କରିଥିଲେ । ଖରା ଛୁଟି ପରେ ମାମଲାକୁ ବିଚାରକୁ ନିଆଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏଥିସହ ଜମ୍ମୁ ଏକଂ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଭୃକ୍ତ କରାଯାଥିଲା ।

ଭାରତୀୟ ସମ୍ବିଧାନର ଧାରା ୩୫ କ ସହ ଜଡ଼ିତ ଧାରା ୩୭୦ ଅନୁସାରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଥିଲା। ଫଳରେ ଉକ୍ତ ରାଜ୍ୟକୁ ଭାରତୀୟ ସମ୍ବିଧାନରୁ ଏକ ଅଲଗା ସାମ୍ବିଧାନିକ ମାନ୍ୟତା ମିଳିଥିଲା । ସରକାର ଧାରା ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଏହାର ସ୍ବତନ୍ତ୍ର ଅଧିକାରରୁ ବଞ୍ଚିତ କରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିରୋଧି ଅଭିଯୋଗ କରି ଆସୁଛନ୍ତି ।

ଧାରା 370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ପୂର୍ବରୁ 5 ଜଣିଆ ଖଣ୍ଡପୀଠର ବିଚାରଧୀନ ରହିଥିବାବେଳେ ଏହାକୁ 7 ଜଣିଆ ବେଞ୍ଚକୁ ପଠାଇବାର ଆବଶ୍ୟକ ନାହିଁ ବୋଲି 2020 ମାର୍ଚ୍ଚରେ ଅଦାଲତ କହିଥିଲେ ।

ABOUT THE AUTHOR

...view details