ଓଡିଶା

odisha

ETV Bharat / bharat

Moosewala Murder Case: ରିମାଣ୍ଡରେ ଲରେନ୍ସ ବିଷ୍ଣୋଇ, SCରେ ଚ୍ୟାଲେଞ୍ଜ କଲେ ବାପା - ଲରେନ୍ସ ବିଷ୍ଣୋଇକୁ ନେଇ ଜୁଲାଇ ୧୧ରେ ଶୁଣାଣି

ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ପଞ୍ଜାବ ପୋଲିସ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ବାପା । ଅଧିକ ପଢ଼ନ୍ତୁ

Moose Wala Murder Case: ଲରେନ୍ସ ବିଷ୍ଣୋଇକୁ ପଞ୍ଜାବ ପୋଲିସର ରିମାଣ୍ଡ, ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ବାପା
Moose Wala Murder Case: ଲରେନ୍ସ ବିଷ୍ଣୋଇକୁ ପଞ୍ଜାବ ପୋଲିସର ରିମାଣ୍ଡ, ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ବାପା

By

Published : Jun 27, 2022, 5:48 PM IST

ନୂଆଦିଲ୍ଲୀ:ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ପଞ୍ଜାବ ପୋଲିସ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ବାପା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ ତାରିଖରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହା ବି ପଢ଼ନ୍ତୁMoose Wala Murder Case: ୭ ଦିନିଆ ରିମାଣ୍ଡରେ ଲରେନ୍ସ ବିଷ୍ଣୋଇ

ଲରେନ୍ସ ବିଷ୍ଣୋଇ ପକ୍ଷ ଓକିଲ ସଂଗ୍ରାମ ସିଂହ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, "ପଞ୍ଜାବ ମାନସାରେ ଲରେନ୍ସଙ୍କୁ କୌଣସି ପ୍ରକାର ଆଇନଗତ ସହାୟତା ମିଳୁନାହିଁ ।" ଏଭଳି ଯୁକ୍ତି ପରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ବିଚାରପତି ଖଣ୍ଡପୀଠ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପର୍ଡିଆୱାଲା କହିଛନ୍ତି ଯେ, 'ଘଟଣାଟି ପଞ୍ଜାବରେ ଘଟିଥିବାରୁ ପଞ୍ଜାବ ପୋଲିସ ମଧ୍ୟ ଏହି ଘଟଣାର ଯାଞ୍ଚ କରିବ । ଆଇନଗତ ସହାୟତା ପାଇଁ ଲରେନ୍ସଙ୍କ ବାପା ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ସହାୟତା ନେଇ ପାରିବେ ।'

ପଞ୍ଜାବ ପୋଲିସ ଲରେନ୍ସ ବିଷ୍ଣୋଇଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବା ବେଆଇନ । ଏହା ଆଇନ ସମ୍ମତ ନୁହେଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି । ଜୁନ୍‌ ୧୪ ତାରିଖରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିବାକୁ ଅନୁମତି ଦେଇଥିଲେ । ଲରେନ୍ସ ବିଷ୍ଣୋଇ, ଜଣାଶୁଣା କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

For All Latest Updates

TAGGED:

ABOUT THE AUTHOR

...view details