ନୂଆଦିଲ୍ଲୀ:ଅମ୍ଳଜାନ ଯୋଗାଣ ଏବଂ ଅତ୍ୟାବଶ୍ୟକ ଔଷଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡୁ ଆବେଦନ ଉପରେ ଶୁଣାଣି କରିଛନ୍ତି । ଦେଶରେ ଅମ୍ଳଜାନର ଆବଶ୍ୟକତା ରହିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି (ଗୁରୁବାର) ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଏହି ମାମଲାର ଶୁଣାଣି ହେବ । ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।
ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଚାରୋଟି ପ୍ରସଙ୍ଗରେ କୋରୋନା ମୁକାବିଲା ନେଇ ଜାତୀୟ ଯୋଜନା ଲୋଡିଛନ୍ତି । ଏଥିରେ ଅମ୍ଳଜାନ ଏବଂ ଔଷଧ ଯୋଗାଣ, ଟୀକାକରଣ ପ୍ରକ୍ରିୟା ଏବଂ ଲକଡାଉନ ଆଦି ଅନ୍ତର୍ଭୁକ୍ତ । ତେବେ ଏହି ମାମଲାରେ ବରିଷ୍ଠ ଓକିଲ ହରିଶ ସାଲଭେଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରାଯାଇଥିଲା ।