ଓଡିଶା

odisha

By

Published : Jun 1, 2021, 4:27 PM IST

ETV Bharat / bharat

ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ବ୍ୟକ୍ତିଗତ ବ୍ୟବହାର ପାଇଁ ଲୋକଙ୍କ ଦ୍ବାରା ଆମଦାନୀ ହେଉଥିବା ଅକ୍ସିଜେନ କନସେନଟ୍ରେଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା ବସ୍ତୁ ଓ ସେବା କର(IGST)କୁ ଅସମ୍ବିଧାନିକ କହିଲେ ଦିଲ୍ଲୀ ହାଇକୋର୍ଟ । ତେବେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ରୋକ ଲଗାଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଆଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ବ୍ୟବହାର ପାଇଁ ଲୋକଙ୍କ ଦ୍ବାରା ଆମଦାନୀ ହେଉଥିବା ଅକ୍ସିଜେନ କନସେନଟ୍ରେଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା ବସ୍ତୁ ଓ ସେବା କର(IGST)କୁ ଅସମ୍ବିଧାନିକ କହିଥିଲେ ଦିଲ୍ଲୀ ହାଇକୋର୍ଟ । ତେବେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ରୋକ ଲଗାଇଦେଇଛନ୍ତି ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମଆର ଶାହଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଯାଚିକା ଉପରେ ନୋଟିସ ଜାରି କରିଛନ୍ତି । ହାଇକୋର୍ଟରେ ଜନହିତ ଯାଚିକା ଦାଏର କରିଥିବା ଯାଚିକାକର୍ତ୍ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶର କ୍ରିୟାନ୍ବୟନ ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇ ଦେଇଛନ୍ତି । ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଛନ୍ତି, ଜିଏସଟି ପରିଷଦ ବୈଠକ 8 ଜୁନରେ ହେବ । ଏଥିରେ ଅକ୍ସିଜେନ କନସେନଟ୍ରେଟର ସମେତ କୋଭିଡ ସମ୍ବନ୍ଧିତ ଆବଶ୍ୟକ ବସ୍ତୁକୁ ଛାଡ ଦେବା ନେଇ ବିଚାର କରାଯିବ ।

ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ହୋଇଥିବା ଅକ୍ସିଜେନ କନସେନଟ୍ରେଟର ଉପରେ ଜିଏସଟି ଲାଗୁ କରିବାକୁ ଦିଲ୍ଲୀ ହାଇକୋର୍ଟ ମେ 21ରେ ଅସମ୍ବିଧାନିକ କହିଥିଲେ । ଏହି ପରିପ୍ରେକ୍ଷିରେ ମେ ୧ରେ ଜାରି ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।

ABOUT THE AUTHOR

...view details