ଓଡିଶା

odisha

ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରୁଛି ଦିଲ୍ଲୀ ସରକାର ! 3 ବର୍ଷର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

By

Published : Jul 3, 2023, 11:02 PM IST

RRTS ପ୍ରକଳ୍ପ ପାଇଁ ବଜେଟର ସୀମିତତା ଦର୍ଶାଇ ଅର୍ଥ ବରାଦ କରୁନାହାନ୍ତି ଦିଲ୍ଲୀ ସରକାର । 3 ବର୍ଷର ବିଜ୍ଞାପନରେ ଖର୍ଚ୍ଚର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରୁଛି ଦିଲ୍ଲୀ ସରକାର ! ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରୁଛି ଦିଲ୍ଲୀ ସରକାର ! ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରୁଛନ୍ତି ଦିଲ୍ଲୀ ସରକାର । ହେଲେ RRTS ପ୍ରକଳ୍ପ ପାଇଁ ବଜେଟର ସୀମିତତା ଦର୍ଶାଇ ଅର୍ଥ ବରାଦ କରୁନାହାନ୍ତି । ସୁପ୍ରିମକୋର୍ଟ ଏହି ସମ୍ପର୍କିତ ଏକ ମାମଲାରେ ଗତ 3 ଆର୍ଥିକ ବର୍ଷରେ ଦିଲ୍ଲୀରେ ବିଜ୍ଞାପନ ବାବଦରେ କେତେ ଖର୍ଚ୍ଚ କରାଯାଇଛି ସେନେଇ ତଥ୍ୟ ମାଗିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ବର୍ଷ 2020ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମୋଟ ବିଜ୍ଞାପନ ସମ୍ପର୍କିତ ଖର୍ଚ୍ଚ ରାଶି ସତ୍ୟପାଠ ମାଧ୍ୟମରେ କୋର୍ଟକୁ ଅବଗତ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ମିଳିଛି ।

ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଦିଲ୍ଲୀ ସରକାର ବଜେଟରେ ସୀମିତତା ଦର୍ଶାଇ କ୍ଷେତ୍ରୀୟ ତ୍ବରିତ ପରିବହନ ପ୍ରଣାଳୀ(RRTS Project) ପାଇଁ ଖର୍ଚ୍ଚ ବରାଦ କରୁନାହାନ୍ତି । ହେଲେ କେବଳ ବିଜ୍ଞାପନ ବାବଦରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରାଯାଉଥବା ଅଭିଯୋଗକୁ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । 2020ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ବିଜ୍ଞାପନ ବାବଦକୁ ମୋଟ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ଖଣ୍ଡପୀଠ ତଥ୍ୟ ମାଗିଛନ୍ତି । ଆପଣଙ୍କ ପାଖରେ ବିଜ୍ଞାପନ ପାଇଁ ପାଣ୍ଠି ଅଛି ହେଲେ RRTS ପ୍ରକଳ୍ପ ପାଇଁ ନାହିଁ ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ଯେ, ବଜେଟରେ ସୀମିତତା ଥିବାରୁ ଏହି ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ଅର୍ଥାତ୍ RRTS ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ସମ୍ବବ ହୋଇପାରୁନାହିଁ । ଅଦାଲତଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଦିଲ୍ଲୀ ସରକାର ଏହି ପ୍ରକଳ୍ପଗୁଡିକ ବିଶେଷ କରି ଦିଲ୍ଲୀ-ଅଲୱାର ଏବଂ ଦିଲ୍ଲୀ-ପାନିପତ କରିଡର ପାଇଁ ପାଣ୍ଠି ଯୋଗାଇବାରେ ସକ୍ଷମ ନୁହଁନ୍ତି । ଏହି ପ୍ରସଙ୍ଗକୁ ଗଠନ ହୋଇଥିବା ଆୟୋଗଙ୍କ ନିକଟକୁ ପଠାଇବାକୁ ଦିଲ୍ଲୀ ସରକାର କୋର୍ଟଙ୍କ ନିକଟରେ ଦାବି ମଧ୍ୟ କରିଥିଲେ ।

କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀର ବିଜ୍ଞାପନ ସମ୍ପର୍କିତ ଖର୍ଚ୍ଚ ସମ୍ପର୍କରେ ପ୍ରଶ୍ନ କରିଥିଲେ । ବିଜ୍ଞାପନ ପାଇଁ ଦିଲ୍ଲୀ ସରକାର ନିକଟରେ ପାଣ୍ଠି ରହିଛି, ହେଲେ ଏହି ପ୍ରକଳ୍ପ ପାଇଁ କାହିଁକି ବଜେଟର ଅଭାବ ପଡୁଛି ବୋଲି କୋର୍ଟ ପ୍ରଶ୍ନ କରିବା ସହ ଗତ 3 ବର୍ଷ ମଧ୍ୟରେ ଦିଲ୍ଲୀରେ ବିଜ୍ଞାପନ ବାବାଦରେ କେତେ ଖର୍ଚ୍ଚ କରାଯାଇଛି, ତାର ଶବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details