ଓଡିଶା

odisha

ETV Bharat / bharat

ସୁପ୍ରିମ ରାୟ, ମାଆଙ୍କୁ ରଖିବାକୁ ବଡଘର ନୁହେଁ ବଡ ହୃଦୟ ଦରକାର - ମାଆଙ୍କୁ ରଖିବାକୁ ବଡଘର ନୁହେଁ ବଡ ହୃଦୟ ଦରକାର

ସୁପ୍ରିମକୋର୍ଟ ବାପାମାଆଙ୍କୁ ଚକାଚକ ଇଟା କାନ୍ଥର ଘର ଦରକାର ନାହିଁ ପରିଣତ ବୟସରେ ସେମାନଙ୍କୁ କେବଳ ସନ୍ତାନଙ୍କ ସାହାରା ଦରକାର । ମାଆବାପାଙ୍କ ଦେଖାଶୁଣା କରିବାକୁ ଓ ତାଙ୍କୁ ରଖିବାକୁ ବଡ ଘର ନୁହେଁ ବଡ ହୃଦୟ ଦରକାର । ଅଧିକ ପଢନ୍ତୁ

Supreme Court Stops Son From Handling Properties Of 89-Year-Old Mother
ସୁପ୍ରିମ ରାୟ, ମାଆଙ୍କୁ ରଖିବାକୁ ବଡଘର ନୁହେଁ ବଡ ହୃଦୟ ଦରକାର

By

Published : May 17, 2022, 8:43 AM IST

Updated : May 17, 2022, 1:00 PM IST

ନୂଆଦିଲ୍ଲୀ: ବାପାମାଆଙ୍କୁ ଚକାଚକ ଇଟା କାନ୍ଥର ଘର ଦରକାର ନାହିଁ ପରିଣତ ବୟସରେ ସେମାନଙ୍କୁ କେବଳ ସନ୍ତାନଙ୍କ ସାହାରା ଦରକାର । ମାଆବାପାଙ୍କ ଦେଖାଶୁଣା କରିବାକୁ ବା ତାଙ୍କୁ ରଖିବାକୁ ବଡ ଘର ନୁହେଁ ବଡ ହୃଦୟ ଦରକାର । ଏକ ମାମଲାର ଶୁଣାଣିବେଳେ ଏମତି କିଛି ହୃଦୟସ୍ପର୍ଶୀ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ପାରିବାରିକ ମାମାଲାର ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

କ'ଣ ଥିଲା ସଂପୂର୍ଣ୍ଣ ଘଟଣା...

ଜଣେ 89 ବର୍ଷୀୟ ବୃଦ୍ଧା ବୈଦେହୀ ସିଂ ଏକ ମାନସିକ ରୋଗରେ ପୀଡିତ ଅଛନ୍ତି । ମାଆଙ୍କ ଅସୁସ୍ଥତା ପୁଅ ଆଖିରେ ପଡୁନାହିଁ କେବଳ ସମ୍ପତ୍ତି ଦରକାର । ମାଆଙ୍କୁ ଚିକିତ୍ସା କରାଉନାହାନ୍ତି ତାଙ୍କ ବଡ ପୁଅ କ୍ରୀଷ୍ଣା କୁମାର ସିଂହ । ଖାଲି ସମ୍ପତ୍ତିକୁ ନାଁ ରେ କରିବାରେ ବ୍ୟସ୍ତ କ୍ରିଷ୍ଣା । ସମ୍ପତ୍ତି ଲୋଭରେ ମାଆଙ୍କୁ ଝିଅମାନଙ୍କୁ ଦେଖା କରେଇ ଦେଉନାହାନ୍ତି । ହେଲେ ବୈଦେହୀଙ୍କୁ ଦୁଇଝିଅ ଗାୟତ୍ରୀ ଓ ତିୱାରୀ ତାଙ୍କୁ ପାଖରେ ରଖିବାକୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ବୃଦ୍ଧାଙ୍କ ପୁଅଙ୍କୁ ଜବାବ ତଲବ କରିଛନ୍ତି ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଝିଅମାନଙ୍କୁ ସେମାନଙ୍କ ମାଆଙ୍କ ଯତ୍ନ ନେବାକୁ ଦିଆଯାଉ । ଏହାର ଉତ୍ତରରେ ବୃଦ୍ଧାଙ୍କ ପୁଅଙ୍କ ଓକିଲ କହିଥିଲେ ସେମାନେ ପରିବାର ସହ ରହୁଛନ୍ତି ତାଙ୍କ ପାଖରେ ଜାଗା ନାହିଁ । ଯାହର ଜବାବରେ କୋର୍ଟ କହିଥିଲେ, ''ମାଆଙ୍କୁ ରଖିବାକୁ ବଡ ଘର କି ସ୍ଥାନର ଅବଶ୍ୟକ ନୁହେଁ କେବଳ ବଡ ହୃଦୟ ଦରକାର'' । ଏହା ସହିତ ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର କିଣାବିକା ଉପରେ କଟକଣା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ବୈଦେହୀଙ୍କ ଦୁଇଝିଅ ଗତ ମାର୍ଚ୍ଚ ମାସରେ ଏ ନେଇ ଏକ ପିଟିସନ ଦାୟର କିରିଥିଲେ । ମାଆଙ୍କୁ ଭାଇ କେଉଁଠି ଲୁଚାଇ ରଖିଥିବା ଅଭିଯୋଗ କରିଥିଲେ । ବୈଦେହୀ ଏକ ମାନସିକ ରୋଗରେ ପୀଡିତ ଜାଣି କୋର୍ଟ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଆମ ଦେଶରେ ବୟସ୍କଙ୍କ ଏହି ଦୁର୍ଦ୍ଦଶା । ଯେଉଁଠି ମାଆର ଚିକିତ୍ସା କରିବା ବଦଳରେ ସମ୍ପତ୍ତି ବିକ୍ରି କରିବାକୁ ଟିପଚିହ୍ନ ପାଇଁ ଜିଲ୍ଲାପାଳ ଅଫିସ ନିଆଯାଉଛି । ଏ ଘଟଣାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 17, 2022, 1:00 PM IST

ABOUT THE AUTHOR

...view details