ଓଡିଶା

odisha

By

Published : Mar 11, 2022, 12:55 PM IST

ETV Bharat / bharat

ପଳାତକ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

କୋଟି କୋଟି ଟଙ୍କା ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ପଳାତକ ବ୍ୟବସାୟୀ Vijay Mallyaଙ୍କ  ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ପଳାତକ ବ୍ୟବସାୟୀ Vijay Mallyaଙ୍କ ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:କୋଟି କୋଟି ଟଙ୍କା ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ବିଜୟ ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ରହିଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠାରୁ ୧୩ ହଜାର ୫ ଶହ କୋଟି ହେରଫେର ମାମଲା ନୀରବ ମୋଦିଙ୍କ ନାଁରେ ରହିଛି ।

ବରିଷ୍ଠ ଆଇନଜୀବୀ ଏବଂ ଆମିକସ କ୍ୟୁରି ଜୟଦୀପ ଗୁପ୍ତାଙ୍କ ମତାମତ ଶୁଣିବା ପରେ ଜଷ୍ଟିସ୍ ୟୁୟୁ ଲଲିତ, ଏସ ରବିନ୍ଦ୍ର ଭଟ ଏବଂ ପିଏସ ନରସିଂହଙ୍କୁ ନେଇ ଗଠିତ ଏହି ବେଞ୍ଚ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହାସହ ବିଜୟ ମାଲ୍ୟାଙ୍କ ପ୍ରତିନିଧିତ୍ୱ କରୁଥିବା ପରାମର୍ଶଦାତାଙ୍କୁ ମଙ୍ଗଳବାର ସୁଦ୍ଧା ଏହି ମାମଲାରେ ଲିଖିତ ଦାଖଲ କରିବାକୁ ସୁପାରିଶ କରାଯାଇଛି ।

ମାଲ୍ୟାଙ୍କୁ ନିଜ ପକ୍ଷ ରଖିବାକୁ ଫେବୃଆରୀ ୧୦ ତାରିଖରେ ଏକ ଶେଷ ସୁଯୋଗ ଦେଇଥିଲେ ସୁପ୍ରିମକୋର୍ଟ (Vijay Mallya Gets Last Chance To Defend Himself) । ଦେଶର ବ୍ୟାଙ୍କ କନସୋର୍ଟିଅମଙ୍କ ହଜାର ହଜାର କୋଟି ଟଙ୍କା ହେରଫେର କରି ଫେରାର ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୯ ମେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଡିଏଗୋ ଡିଲର ୪୦ ନିୟୁତ ଡଲାର ତାଙ୍କ ପିଲାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଓ ସମ୍ପତ୍ତିର ବାସ୍ତବ ବିବରଣୀ ନ ଦେବାରୁ କୋର୍ଟ ଅବମାନନାର ଦୋଷୀ ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ : ପଳାତକଙ୍କ ପାଖରୁ ଫେରିଛି ୧୮ ହଜାର କୋଟି

ନିକଟରେ ଗତ ଜାନୁଆରୀ ୧୯ରେ ଲଣ୍ଡନ ସ୍ଥିତ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବାପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ହୋଇଥିଲା । ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିଲେ ହେଲେ ତାହା ଆଗ୍ରାହ୍ୟ ହୋଇଯାଇଥିଲା ।

ABOUT THE AUTHOR

...view details