ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିରାରପତି ଭାବେ ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଯାଚିକାକୁ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧକ୍ଷତାର ଗଠିତ ଖଣ୍ଡପୀଠ ମାମାଲର ଶୁଣାଣି କରିଛନ୍ତି । ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ ନାହିଁ ବୋଲି ସଫାସଫା ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ମାଡ୍ରାସ ହାଇକୋର୍ଟ ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଛନ୍ତି ଲକ୍ଷଣଚନ୍ଦ୍ର ଭିକ୍ଟୋରିଆ ଗୌରୀ ।
ଗୌରୀଙ୍କ ନାମରେ ସୁପ୍ରିମକୋର୍ଟଙ୍କ ସୁପାରିଶ ପରେ ଚୂଡାନ୍ତ ଅନୁମୋଦନ ଦେଇଥିଲେ କେନ୍ଦ୍ର ସରକାର । ଗୌରୀଙ୍କ ନିଯୁକ୍ତି ବିରୋଧ ମାମଲା କାଠଘଡାରେ ପହଞ୍ଚିଥିଲା ଓ ଏହାର ଶୁଣାଣି ସୁପ୍ରିମକୋର୍ଟ 10 ତାରିଖରେ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିଲା । ମାତ୍ର ଗୌରୀ ଆଜି ଶପଥ ନେବାର କିଛି ସମୟ ପୂର୍ବରୁ ଦାଖଲ ହୋଇଥିବା ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାପରେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିରାରପତି ଭାବେ ଶପଥ ନେଇଛନ୍ତି ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀ ।