ନୂଆଦିଲ୍ଲୀ:ଆଦାନୀ-ହିଣ୍ଡନବର୍ଗ ବିବାଦ ମାମଲାରେ ସର୍ବୋଚ୍ଚ କୋର୍ଟ ଫୋର୍ବସ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଡ.ଜୟା ଠାକୁରଙ୍କୁ ଦ୍ବାରା ଦ୍ବାରା ହୋଇଥିବା ଏହି ଆବେଦନର ଶୁଣାଣି କରି ଫୋର୍ବସ ରିପୋର୍ଟକୁ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି । ଏହି ବିବାଦ ନେଇ ଅନ୍ୟତମ ପ୍ରତିଷ୍ଠିତ ଅନ୍ତଜାର୍ତୀୟ ଗଣମାଧ୍ୟମ ଫୋର୍ବସରେ ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବା ସହ ଏହା ପୁରା ପ୍ରସଙ୍ଗରେ ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମ କୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ବରିଷ୍ଠ କଂଗ୍ରେସ ନେତା ଜୟା ଠାକୁରଙ୍କ ମଧ୍ୟ ଏକ ମାମଲା ଦାଏର ହୋଇଛି ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଡୂଡ, ଜଷ୍ଟିସ ପି,ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ସମସ୍ତ ଜନସ୍ବାର୍ଥ ମାମଲାର ଏକକ ଶୁଣାଣି କରିଥିଲେ । ଗତ 17 ତାରିଖରେ ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଯାହାର ଏକକ ଶୁଣାଣି ଜାରି ରହିଛି । ଆଜି କଂଗ୍ରେସ ନେତା ଜୟାଙ୍କ ଆବେଦନରେ ଫୋର୍ବସରେ ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ ଖଣ୍ଡପୀଠ । ସେହିପରି ଏକ ବିଶେଷଜ୍ଞ କମିଟି ଗଠନ କରି ଫ୍ରେମଓ୍ବାର୍କ ରେଗୁଲେଟାରୀକୁ ଯାଞ୍ଚ କରାଯିବା ନେଇ ଖଣ୍ଡପୀଠ କହିଥିଲେ ।