ନୂଆଦିଲ୍ଲ:ସାରା ଦେଶରେ ଦାଏର ହେଉଥିବା ଦେଶଦ୍ରୋହ ମାମଲାରେ ପୋଲିସକୁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ମାମଲା ରୁଜୁ କରିବା ସମୟରେ ପୋଲିସକୁ ଆଇପିସି ଧାରା 124(A)ରେ ଓ 60 ବର୍ଷ ପୂର୍ବରୁ କେଦାରନାଥ ସିଂହ ମାମଲାରେ ଆସିଥିବା ରାୟକୁ ଦୃଷ୍ଟିରେ ରଖିବା ଜରୁରୀ । କୋର୍ଟ ଏହି ଟିପ୍ପଣୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦାଏର ଦେଶଦ୍ରୋହ ମାମଲା ରଦ୍ଦ କରି କହିଛନ୍ତି ।
ଜୁନ୍ 2020ରେ ହିମାଚଳ ପ୍ରଦେଶର ଜଣେ ବିଜେପି ନେତା ବିନୋଦ ଦୁଆଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ଦୁଆ କହିଛନ୍ତି ଯେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ବିନା ପ୍ରସ୍ତୁତିରେ ଲକଡାଉନ ଲଗାଯିବାକୁ ନେଇ ଏକ କାର୍ଯ୍ୟକ୍ରମ କରିଥିଲେ । ତେଣୁ ତାଙ୍କୁ ହଇରାଣ କରାଯାଉଛି । ଏହି ମାମଲାର ଶୁଣାଣି ବେଳେ କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଦେଇଛନ୍ତି ।