ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, NDA ପରୀକ୍ଷା ଦେଇପାରିବେ ଝିଅ - ନ୍ୟାସନାଲ ଡିଫେନ୍ସ ଏକାଡେମୀ

ଏଣିକି ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA)ରେ ସାମିଲ ହେବେ ମହିଳା । ସେପ୍ଟେମ୍ବର ୫ ତାରିଖରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସାମିଲ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

NDA ପରୀକ୍ଷା ଦେଇପାରିବେ ଝିଅ
NDA ପରୀକ୍ଷା ଦେଇପାରିବେ ଝିଅ

By

Published : Aug 18, 2021, 1:08 PM IST

ନୂଆଦିଲ୍ଲୀ:ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ନ୍ୟାସନାଲ ଡିଫେନ୍ସ ଏକାଡେମୀ(NDA)ରେ ସାମିଲ ହେବେ ମହିଳା । ସେପ୍ଟେମ୍ବର ୫ ତାରିଖରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ମହିଳାମାନଙ୍କୁ ସାମିଲ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ତିମ ନିର୍ଦ୍ଦେଶରେ ନାମଲେଖା ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ନୀତିଗତ ନିଷ୍ପତ୍ତି ବୋଲି କହିଛି ସେନା । ମହିଳାଙ୍କୁ ଏନଡିଏ ପରୀକ୍ଷାରେ ସାମିଲ ହେବାକୁ ନଦେବା ନେଇ ସେନାକୁ ତାଗିଦ କରିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ନୀତିଗତ ନିଷ୍ପତ୍ତି 'ଲିଙ୍ଗଗତ ଭେଦଭାବ' ଉପରେ ଆଧାରିତ ।

ପ୍ରକାଶ ଥାଉ କି, ଏହା ପୂର୍ବରୁ ମହିଳାଙ୍କୁ କୋର୍ଟରେ ସାମିଲ ନ କରିବା ନେଇ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଆବେଦନରେ ଲିଙ୍ଗ ଆଧାରରେ ଏନଡିଏରେ ମହିଳାଙ୍କୁ ଅନ୍ତର୍ଭୁକ୍ତ ନ କରିବା ସମାନତାର ମୌଳିକ ଅଧିକାର ଉଲ୍ଲଂଘନ ମାମଲା ବୋଲି ପ୍ରଶ୍ନ ଉଠିଥିଲା । ଇଚ୍ଛୁକ ମହିଳାମାନଙ୍କୁ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଅନୁଷ୍ଠିତ ପରୀକ୍ଷାରେ ସାମିଲ କରିବାକୁ ଆବେଦନ କରାଯାଇଥିଲା ।

ଏହି ଆବେଦନ ଉପରେ ଶୁଣାଣି କରି ପୂର୍ବତନ ମୁଖ୍ୟ ବିଚାରପତି ବୋବଡେଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର, ୟୁପିଏସସିକୁ ନୋଟିସ ଜାରି କରି ଉତ୍ତର ମାଗିଥିଲେ କୋର୍ଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details