ଅମରାବତୀ:ପୁନଃ ବିବାହ କଲେ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍ (Uday Umesh Lalit ) । ତାହା ପୁଣି ଆଦିବାସୀ ପରମ୍ପରା । ଆଦିବାସୀ ବେଶ ପୋଷାକ ସହ ସୁଜ୍ଜିତ ହୋଇ ମଣ୍ତପରେ ବସିଥିଲେ ଜଷ୍ଟିସ ଉଦୟଙ୍କ ସହ ତାଙ୍କ ଧର୍ମପତ୍ନ ଅମିତା ଉଦୟ ଲଲିତ୍ (Amita Uday Lalith ) । ଆଦିବାସୀ ବାଜା ସାଙ୍ଗକୁ ବିବାହ ଉତ୍ସବରେ ସାମିଲ ହୋଇଥିଲେ କିଛି ସ୍ଥାନୀୟ ଆଦିବାସୀଙ୍କ ସହ ଆଉ କିଛି ହାଇପ୍ରୋଫାଇଲ ଲୋକେ ।
ଆଦିବାସୀ ପରମ୍ପରାରେ ପତ୍ନୀଙ୍କୁ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି - Andhra Pradesh news
ଆଦିବାସୀ ପରମ୍ପରାରେ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍ (Uday Umesh Lalit ) । ଅଧିକ ପଢନ୍ତୁ
ଘଟଣାଟି ଥିଲା ପୁରା ଏମିତି । ବୁଧବାର ଦିନ ବିଚାରପତି ଦମ୍ପତି ଆନ୍ଧ୍ର ପ୍ରଦେଶରେ ଥିବା (Araku Valley ) ଆରାକୁ ଉପତ୍ୟକାକୁ ବୁଲିବାକୁ ଯାଇଥିଲେ । ଆଉ ସେଠାକାର ଆଦିବାସୀଙ୍କ ଜୀବନ ଶୈଳୀ ସେମାନଙ୍କୁ ବେଶ ଭଲ ଲାଗିଥିଲା । ଆଦିବାସୀଙ୍କ ଏ ପରମ୍ପରାରେ ନିଜକୁ କିଛି ସମୟ ପାଇଁ ହଜେଇ ଦେଇଥିଲେ ଉଭୟେ । ଆନ୍ଧ୍ର ପ୍ରଦେଶ ଆଲୁରୀ ସିତାରାମରାଜ ଜିଲ୍ଲା (Alluri Sitaramaraj District )ର (Pedalabudu Village) ପେଡାଲବୁଡୁ ଗାଁରେ ହୋଇଥିଲା ବିବାହ ଉତ୍ସବର ଆୟଜନ।
ପେଡାଲବୁଡୁ ସରପଞ୍ଚଙ୍କ ସହଯୋଗ(Pedalabudu Sarpanch Petteli Dasubabu )ରେ ଆରମ୍ଭ ହୋଇଥିଲା ଲଲିତ ଦମ୍ପତିଙ୍କ ବିବାହ ପ୍ରସ୍ତୁତି । ଉଭୟଙ୍କୁ ଆଦିବାସୀ ବେଶ ପୋଷାକରେ ସଜା ଯାଇ ମଣ୍ତପକୁ ଅଣାଯାଇଥିଲା । ପରେ ରିତିନିତି ଅନୁସାରେ ହାତ ଗଣ୍ଠି ପଡିବା ସହ ପରସ୍ପରକୁ ମାଳ ଫୁଲମାଳ ପିନ୍ଧାଇ ଥିଲେ । ଏହାସହ ଆଦିବାସୀଙ୍କ ପାରମ୍ପାରିକ ନାଚଗୀତରେ ଝୁମିଥିଲେ ଉଭୟେ । ତେବେ,ଏ ବିବାହ ଉତ୍ସବରେ ଆନ୍ଧ୍ର ପ୍ରଦେଶର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର(AP High Court Justice Prashant Kumar Mishra) ଓ ହାଇକୋର୍ଟ ଜଜ ଅମାନୁଲ୍ଲା ଖାନ୍(High Court Judge Amanullah Khan) ସାମିଲ ହୋଇଥିଲେ । ତେବେ, ଆଦିବାସୀ ପରମ୍ପରାରେ ବିବାହ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି ଜଷ୍ଟିସ ଉଦୟ ଉମେଶ ଲଲିତ୍ ।