ନୂଆଦିଲ୍ଲୀ:ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଢିଲା ଅଡୁଆ । ଚାରା ଘୋଟାଲାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରି ଲାଲୁଙ୍କୁ ଜବାବ ମାଗିଛନ୍ତି । ଏହି ୨ଟି ମାମଲାରେ ଲାଲୁଙ୍କୁ ଜାମିନ ମିଳିଛି । ଜାମିନକୁ ରଦ୍ଦ କରିବା ଲାଗି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ଏହି ମାମଲାରେ ସୁପ୍ରିମକୋର୍ଟ ଲାଲୁଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଯେଉଁଥିରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ ।
ଲାଲୁଙ୍କୁ ଦୁମକା ଓ ଚାଇବାସା କୋଷାଗାର ଠକେଇ ମାମଲାରେ ଜାମିନ ମିଳିଛି । ୨୦୨୧ ମସିହାରେ ଲାଲୁ ଦୁମକା ଟ୍ରେଜେରୀରୁ ପ୍ରାୟ ୩.୧୩ କୋଟି ଟଙ୍କା ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସେହିପରି ଚାଇବାସା ସହିତ ଦେଓଘର ଟ୍ରେଜେରୀ ଠକେଇ ମାମଲାରେ ମଧ୍ୟ ତାଙ୍କୁ ପୂର୍ବରୁ ଜାମିନ ମିଳିଥିଲା । ଦୁମକା ଟ୍ରେଜେରୀ ଠକେଇ ମାମଲାରେ ଲାଲୁ ନିଜର ଅଧା ସଜା ଜେଲରେ କାଟି ସାରିଥିଲେ । ଲାଲୁ ପ୍ରାୟ ୪୨ ମାସ ଜେଲରେ ବନ୍ଦୀ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ଏହି ୨ଟି ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ତେବେ ସୁପ୍ରିମକୋର୍ଟ ଏ ନେଇ ଲାଲୁଙ୍କୁ ଜବାବ ମାଗିଛନ୍ତି ।