ଓଡିଶା

odisha

ETV Bharat / bharat

ଦୁର୍ନୀତି ମାମଲା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌ - ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

SC issued notices to AP CM: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌ । ଜାମିନ ବାତିଲ ନେଇ ଦାୟର ମାମଲାରେ ନୋଟିସ୍‌ ।

ଦୁର୍ନୀତି ମାମଲା,  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ଦୁର୍ନୀତି ମାମଲା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

By ETV Bharat Odisha Team

Published : Nov 24, 2023, 3:14 PM IST

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବଢିଲା ଅଡୁଆ । ଶୁକ୍ରବାର ଏନେଇ ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ପକ୍ଷରୁ ଜାମିନ ବାତିଲ ନେଇ ଦାୟର ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଅଭୟ ଏସ ଓକା ଓ ପଙ୍କଜ ମିତ୍ତଲଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆଗୁଆ ଜାମିନ ମଞ୍ଜୁର ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ଓ୍ବାଇଏସଆର କଂଗ୍ରେସ ସାଂସଦ ରଘୁ ରାମକ୍ରିଷ୍ଣା ରାଜୁ । ତେବେ ଟ୍ରାଏଲ ବେଳେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆବଦନକାରୀ ରଘୁ ରାମକ୍ରିଷ୍ଣା ରାଜୁ ଅଗଷ୍ଟ 26, 2022 ଓ ଅକ୍ଟୋବର 28, 2022ରେ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଛାଡ ନିର୍ଦ୍ଦେଶ ଆଇନର ବିରୁଦ୍ଧାଚରଣ ଅଟେ ଓ 2022 ଅକ୍ଟୋବର 28ରେ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଜାମିନ ଆଦେଶକୁ ଖାରଜ କରିବା ପାଇଁ ଆବେଦନ କରିଛନ୍ତି । ଆଉ ମଧ୍ୟ ହାଇଦ୍ରାବାଦ ବାହାରେ ଏହାର ଶୁଣାଣି ପାଇଁ ଆବେଦନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ଦୁର୍ନୀତି ମାମଲା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସମେତ 41ଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନଭେମ୍ବର 3ରେ ସୁପ୍ରିମକୋର୍ଟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଇଦ୍ରାବାଦ ବାହାରେ ଶୁଣାଣି ସମ୍ବନ୍ଧରେ ସିବିଆଇ, ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଠାରୁ ଏହି ମାମଲାରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କାହିଁକି ଏହି ମାମଲାରେ ଟ୍ରାଏଲ କଣ ପାଇଁ ବିଳମ୍ବ ହେଉଛି ସନେଇ ମଧ୍ୟ ସିବିଆଇକୁ ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ଅଦାଲତ ।

ତେବେ ଗତକାଲି ଏହି ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଓ କିଛି ଅଧିକାରୀଙ୍କ ସମେତ ମୋଟ 41 ଜଣଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ନୋଟିସ୍‌ ଜାରି କରିଥିଲେ । ଆନ୍ଧ୍ର ପ୍ରଦେଶ ସରକାରରେ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଥିବା ନେଇ YCP ସାଂସଦ ରଘୁରାମକୃଷ୍ଣ ରାଜୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ଆଜି ଶୁଣାଣି ହୋଇଥିଲା । କୋର୍ଟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମେତ 41 ଜଣଙ୍କୁ ନୋଟିସ ଜାରି କରିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 14 ତାରିଖକୁ ରଖିଛନ୍ତି । ନୋଟିସ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଂସଦ, ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ରହିଛନ୍ତି ।

YCP ସାଂସଦ ରଘୁରାମକୃଷ୍ଣ ରାଜୁଙ୍କ ଅଭିଯୋଗ ଅନୁଯାୟୀ, ଜଗନଙ୍କ ସରକାରରେ ବ୍ୟାପକ ଦୁର୍ନୀତି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଜଗନ ନିଜ ସମ୍ପର୍କୀୟ ଓ ନିକଟତନ ଲୋକଙ୍କୁ ଅନୁକମ୍ପା ଦେଖାଉଛନ୍ତି । ସେ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ଦେବାକୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋର୍ଟ ଏହି ମାମଲାରେ ପ୍ରତିପକ୍ଷଙ୍କୁ ପକ୍ଷ ରଖିବା ପାଇଁ ସମନ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଶୁଣାଣି 14 ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହାମଧ୍ୟରେ ସୁପ୍ରିମକୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details