ଓଡିଶା

odisha

ETV Bharat / bharat

ବିଜେପି ସହ ୧୦ ଦଳ ବିରୋଧରେ ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ - ଜୋରିମାନା

ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସାର୍ବଜନିକ ନକରିବାକୁ ନେଇ ରାଜନୈତିକ ଦଳ ଉପରେ ଜୋରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ନିର୍ବାଚନ ଆୟୋଗଙ୍କୁ ୩ଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଅଧିକ ପଢନ୍ତୁ...

ବିଜେପି ସହ ୧୦ ଦଳ ବିରୋଧରେ ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ
ବିଜେପି ସହ ୧୦ ଦଳ ବିରୋଧରେ ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ

By

Published : Aug 10, 2021, 6:41 PM IST

ନୂଆଦିଲ୍ଲୀ: ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ । ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସାର୍ବଜନିକ ନକରିବାକୁ ନେଇ ରାଜନୈତିକ ଦଳ ଉପରେ ଜୋରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ନିର୍ବାଚନ ଆୟୋଗଙ୍କୁ ୩ଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ବିହାର ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ ନକରିବାରୁ ବିଜେପି ସମେତ ୧୦ଟି ଦଳକୁ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସିପିଏମ ଏବଂ ଏନସିପି ଉପରେ କୋର୍ଟ ପ୍ରତ୍ୟେକଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି।

ଅଦାଲତର ଆଦେଶକୁ ଅବମାନନା କରିଥିବାରୁ ରାଜନୈତିକ ଦଳ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥି ସହିତ ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ, ବିଏସପି, ସିପିଆଇ ଉପରେ 1 ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ ସଠିକ ଭାବରେ ପାଳନ ନକରିବାରୁ ଏହି ରାଜନୈତିକ ଦଳ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ବିଜେପି ଉପରେ ମଧ୍ୟ ଜୋରିମାନା ଲାଗୁ ହୋଇଛି ।

ମତଦାନ ପୂର୍ବରୁ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସାର୍ବଜନୀନ କରିବାକୁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ତିନୋଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରଯୁଜ୍ୟ ହେବ। ନିର୍ବାଚନ ଆୟୋଗଙ୍କୁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତି, ଯେଉଁଥିରେ ପ୍ରତିଦ୍ବନ୍ଦୀ ନେତାଙ୍କ ଅପରାଧିକ ମାମଲା ସହ ଜଡିତ ସୂଚନା ରହିବ। ଏଥିରେ ତାଙ୍କ ବିରୋଧରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି, କେଉଁ ପ୍ରକାର ଅପରାଧର ବିଚାର କରାଯାଉଛି ଏବଂ ଏହାର ସ୍ଥିତି କ’ଣ ତାହା ଉପରେ ଯାଞ୍ଚ ହେବ ।

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଅପରାଧ ତାଲିକା ଜାରି କରିବେ ରାଜନୈତିକ ଦଳ । ଯାହା ରାଜନୈତିକ ଦଳ ପାଇଁ ଅଡୁଆରେ ପକାଇଛି । ଏନେଇ ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ପରେ ରାଜନୈତିକ ଦଳମାନଙ୍କରେ ଛନକା ପଶିଛି । ଏଣିକି ରାଜନୈତିକ ଦଳଗୁଡିକ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ ।

ABOUT THE AUTHOR

...view details