ଓଡିଶା

odisha

ETV Bharat / bharat

Godhra Train Burning Case: 17 ବର୍ଷ ପରେ ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ - ଗୋଧ୍ରା ଦୋଷୀକୁ ଜାମିନ

2002 ମସିହାରେ ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡି ମାମଲାରେ ଦୋଷୀକୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । 17 ବର୍ଷ ଆଜୀବନ ଦଣ୍ଡାଦେଶ ପାଇଥିବା ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

Godhra Train Burning Case
17 ବର୍ଷ ପରେ ଦୋଷୀକୁ ଜାମିନ ଦେଲେ ସୁପ୍ରିକୋର୍ଟ

By

Published : Dec 16, 2022, 7:43 AM IST

ନୂଆଦିଲ୍ଲୀ:2002 ମସିହା ଫେବୃଆରୀ 27ରେ ବହୁ ଚର୍ଚ୍ଚିତ ଗୁଜୁରାଟ ଗୋଧ୍ରା ଟ୍ରେନ ପୋଡି ମାମଲାରେ ଆଜୀବନ ସଜା କାଟୁଥିବା ଦୋଷୀକୁ ଜାମିନ ମିଳିଛି । 17 ବର୍ଷ ଆଜୀବନ ଦଣ୍ଡାଦେଶ ପାଇଥିବା ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି.ଏସ୍ ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଫାରୁକ 2004ରୁ ଜେଲରେ ଅଛନ୍ତି । 17 ବର୍ଷ କାରାଦଣ୍ଡ ଭୋଗି ସାରିଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଉଛି ।

ଏହି ଜାମିନକୁ ବିରୋଧ କରିଥିଲେ ଗୁଜୁରାଟ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହତା । ସେ କହିଥିଲେ, '' ଏହା ଏକ ଜଘନ୍ୟ ଅପରାଧ ମଧ୍ୟରୁ ଗୋଟିଏ । ଲୋକଙ୍କୁ ଟ୍ରେନର ବନ୍ଦ କରି ଜିଅନ୍ତା ଜାଳି ଦିଆଯାଇଥିଲା । ବଗିରୁ ଯେପରି ଲୋକ ବାହାରି ଆସି ନ ପାରିବେ ସେ ନେଇ ପଥର, ଟେକା ମାଡ କରାଯାଇଥିଲା । ଏହା ଏକ ଛୋଟ ଅପରାଧ ନୁହେଁ ।''

ଏହା ବି ପଢନ୍ତୁ...ବ୍ରିଟେନ ସୁପ୍ରିମକୋର୍ଟରେ କେସ୍‌ ହାରିଲେ ନିରବ ମୋଦି, ଭାରତକୁ ପ୍ରତ୍ୟାର୍ପଣ ରାସ୍ତା ସଫା

2002 ମସିହାରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ ଟ୍ରେନ ପୋଡି ଘଟଣା ଦେଶକୁ ଦୋହଲାଇ ଦେଇଥିଲା । ଷ୍ଟେସନରେ ସାବରମତୀ ଟ୍ରେନରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ 59ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିଲେ । ଏ ଘଟଣା ନେଇ ଫାରୁକ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଫାରକୁ ଲୋକଙ୍କ ଉପରକୁ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ଫାରକୁ କେବଳ ପଥର ଫିଙ୍ଗି ଥିବାରୁ ତାକୁ ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । 2017 ଅକ୍ଟୋବର 9ରେ ଫାରକୁର ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ ।

ABOUT THE AUTHOR

...view details