ଓଡିଶା

odisha

By

Published : Oct 4, 2021, 5:22 PM IST

ETV Bharat / bharat

ବାତିଲ ହେବନି NEET UG, ସୁପ୍ରିମକୋର୍ଟରେ ଯାଚିକା ଖାରଜ

ସେପ୍ଟେମ୍ବର ୧୨ରେ ହୋଇଥିବା NEET UG ପରୀକ୍ଷା ବାତିଲ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପୁଣି ଥରେ ପରୀକ୍ଷା କରାଇବା ସହ ପେପର୍‌ ଲିକ କରିଥିବା ରାକେଟର ସିବିଆଇ ଯାଞ୍ଚ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଅଧିକ ପଢନ୍ତୁ...

ବାତିଲ ହେବନି NEET UG, ସୁପ୍ରିମକୋର୍ଟରେ ଯାଚିକା ଖାରଜ
ବାତିଲ ହେବନି NEET UG, ସୁପ୍ରିମକୋର୍ଟରେ ଯାଚିକା ଖାରଜ

ନୂଆଦିଲ୍ଲୀ: ବାତିଲ ହେବନି ସେପ୍ଟେମ୍ବର ୧୨ରେ ହୋଇଥିବା NEET-UG ପରୀକ୍ଷା । ପରୀକ୍ଷା ବାତିଲ ଦାବିରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ ।

ସେପ୍ଟେମ୍ବର ୧୨ରେ ହୋଇଥିବା NEET UG ପରୀକ୍ଷା ବାତିଲ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପୁଣି ଥରେ ପରୀକ୍ଷା କରାଇବା ସହ ପେପର୍‌ ଲିକ କରିଥିବା ରାକେଟର ସିବିଆଇ ଯାଞ୍ଚ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଜଷ୍ଟିସ ଏଲ ନାଗେଶ୍ବର ରାଓ ଓ ଜଷ୍ଟିସ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି, ଏହି ଯାଚିକା ନିରର୍ଥକ । ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ପରୀକ୍ଷାରେ ହସ୍ତକ୍ଷେପ କରିବ ନାହିଁ । ଯେଉଁଠି ସାଢେ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ସେଠି ୫ଟି FIR ଆଧାରରେ ପରୀକ୍ଷା ବାତିଲ କରାଯାଇପାରିବନାହିଁ କହିଛନ୍ତି ସୁପ୍ରିମକୋର୍ଟ ।

ABOUT THE AUTHOR

...view details