ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ମାମଲାର ଆଜି(ଶୁକ୍ରବାର) ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବ ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ମାମଲାରେ ସର୍ତ୍ତକୁ ହ୍ରାସ କରିବାକୁ ମନା କରିଛନ୍ତି କୋର୍ଟ । ପଦୋନ୍ନତିରେ ସଂରକ୍ଷଣ ପୂର୍ବରୁ ଉଚ୍ଚ ପଦବୀରେ କେତେ ପ୍ରତିନିଧିତ୍ବ କରୁଛନ୍ତି, ଏହାର ତଥ୍ୟ ସଂଗ୍ରହ କରାଯିବା ଆବଶ୍ୟକ । କୋର୍ଟ ନିଜ ପକ୍ଷରୁ ଏନେଇ କୌଣସି ମାପଦଣ୍ଡ ସ୍ଥିର କରିବେ ନାହିଁ ବୋଲି କହିଛନ୍ତି ।
ଏହାସହିତ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରତିନିଧିତ୍ବକୁ ମୂଲ୍ୟାଙ୍କନ କରାଯିବା ଉଚିତ୍ । ଏହି ଅବଧି କଣ ହେବ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ୨୦୦୬ରେ ନାଗାରାଜ ମାମଲାରେ ଦେଇଥିବା ରାୟ ଏବଂ ୨୦୧୮ରେ ଜର୍ଣ୍ଣେଲ ସିଂହ ମାମଲାରେ ରଖାଯାଇଥିବା ସର୍ତ୍ତରେ କୌଣସି ଆଶ୍ବସ୍ତି ଦେଇନାହାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସହ ଜଡିତ ସଂରକ୍ଷଣ ମାମଲାରେ ଅଧିକ ସ୍ପଷ୍ଟତା ପାଇଁ ଫେବୃୟାରୀ ୨୪ରୁ ଶୁଣାଣି ଆରମ୍ଭ ହେବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ସର୍ତ୍ତଗୁଡିକ କମ୍ କରିବାକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ ।