ଓଡିଶା

odisha

ETV Bharat / bharat

ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ପଦନ୍ନୋତି ପାଇଁ ପୁଣି ସୁପାରିଶ କଲେ ସୁପ୍ରିମକୋର୍ଟ - ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ପାଇଁ ଆପତ୍ତି

ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦନ୍ନୋତି ଦେବା ମାମଲାରେ ସମର୍ଥନ ଦୋହରାଇଲେ ସୁପ୍ରିମକୋର୍ଟ । ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ଉନ୍ନୀତ କରିବା ପାଇଁ ପୁଣିଥରେ କେନ୍ଦ୍ରକୁ ସୁପାରିଶ କଲେ । ଅଧିକ ପଢନ୍ତୁ

ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ପଦନ୍ନୋତି ପାଇଁ ସୁପାରିଶ
ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ପଦନ୍ନୋତି ପାଇଁ ସୁପାରିଶ

By

Published : Jan 20, 2023, 10:08 AM IST

ନୂଆଦିଲ୍ଲୀ:ସମଲିଙ୍ଗୀ ଓକିଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦନ୍ନୋତି ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ସମର୍ଥନକୁ ଦୋହରାଇଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ପଦନ୍ନୋତି ଦେବାକୁ ସୁପାରିଶ କରିଥିଲେ । ହେଲେ ଏହା ଉପରେ କେନ୍ଦ୍ର ସରକାରଙ୍କ ଆପତ୍ତି ଯୋଗୁଁ ତାଙ୍କୁ ଏ ଯାଏଁ ପଦୋନ୍ନତି ମିଳିପାରିନି । ବର୍ତ୍ତମାନ ସୁପ୍ରିମକୋର୍ଟ ତିନି ଜଣ ବରିଷ୍ଠ ଓଲିକଙ୍କୁ ପଦୋନ୍ନତି ମାମଲାରେ କେନ୍ଦ୍ରର ଆପତ୍ତି କାରଣକୁ ସାର୍ବଜନୀନ କରିଛନ୍ତି ।

ସୁପ୍ରିମକୋର୍ଟ ନିଜ ୱେବସାଇଟରେ କେନ୍ଦ୍ର ସରକାରଙ୍କ ଚିଠିକୁ ଅପଲୋଡ କରି ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟ, ସୋମାଶେଖର ସୁନ୍ଦରସେନଙ୍କୁ ବମ୍ବେ ହାଇକୋର୍ଟ ଓ ଆର ଜନ ସତ୍ୟନଙ୍କୁ ମାଡ୍ରାସ ହାଇକୋର୍ଟକୁ ବିଚାରପତି ଭାବେ ପଦୋନ୍ନତି କରିବା ଉପରେ କେନ୍ଦ୍ରର ଆପତ୍ତିକୁ ସାର୍ବଜନୀନ କରିଛନ୍ତି । ତେବେ ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ପଦୋନ୍ନତି ନମିଳିବାର କାରଣ ହେଲା ସେ ଜଣେ ସମଲିଙ୍ଗୀ । ଏହାସହିତ ସେ ସ୍ବିସ ନାଗରକଙ୍କୁ ବିବାହ କରିଛନ୍ତି । ତେଣୁ ସେ ହାଇକୋର୍ଟର ବିଚାରପତି ହୋଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ ।

ହେଲେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖଣ୍ଡନ କରି କ୍ରିପାଲଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ ନିଜର ସମର୍ଥନକୁ ଦୋହରାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ କେଏମ୍ ଜୋସେଫ ସରକାରଙ୍କ ନିଷ୍ପତ୍ତିକୁ ଆଗ୍ରହ୍ୟ କରିଛନ୍ତି । ଏହାସହିତ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବିତୀୟ ଥର ପାଇଁ ସେମାନଙ୍କ ନାମ ବିଚାରପତି ପଦ ପାଇଁ ସୁପାରିଶ କରିଛନ୍ତି । ନିୟମ ଅନୁସାରେ, କେନ୍ଦ୍ର ସରକାରଙ୍କୁ ଏଥର ଏସବୁ ନାମ ଗ୍ରହଣ କରିବାକୁ ପଡିବ । କହିରଖୁଛୁ କି, କ୍ରିପାଲ ପୂର୍ବତନ ପ୍ରଧାନ ବିଚାରପତି ବି ଏନ କ୍ରିପାଲଙ୍କ ପୁଅ ଅଟନ୍ତି ।

ଏହାମଧ୍ୟ ପଢନ୍ତୁ: Rozgar Mela 2023: ଶୁକ୍ରବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତି ପତ୍ର, ଭୁବନେଶ୍ବରରେ ଧର୍ମେନ୍ଦ୍ର

ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ସୁରକ୍ଷା ପ୍ରତି କ୍ରିପାଲଙ୍କ ପାର୍ଟନର ବିପଦ ସୃଷ୍ଟି କରୁଥିବା ନେଇ ଗୁଇନ୍ଦ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେ ସ୍ବିସ ନାଗରିକ ହୋଇଥିବା ଦେଶ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ପୂର୍ବରୁ ଆକଳନ କରିବାର କୌଣସି କାରଣ ନାହିଁ । ସେହିପରି କ୍ରିପାଲ ସମଲିଙ୍ଗୀ ବୋଲି ଖୋଲାଖୋଲି ସ୍ବୀକାର କରିଛନ୍ତି । ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ସମ୍ମାନ ଓ ବ୍ୟକ୍ତିତ୍ବ ବଜାୟ ରଖିବାକୁ ଅଧିକାର ଦେଇଛି ।

ABOUT THE AUTHOR

...view details