ଓଡିଶା

odisha

ETV Bharat / bharat

Prophet Remarks Row: ନୁପୂର ଶର୍ମାଙ୍କୁ ବଡ ଆଶ୍ୱସ୍ତି, ସମସ୍ତ ମାମଲାର ତଦନ୍ତ କରିବ ଦିଲ୍ଲୀ ପୋଲିସ - ନୁପୂର ଶର୍ମାଙ୍କୁ ବଡ ଆଶ୍ବସ୍ତି

ବିବାଦୀୟ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି । ଦେଶବ୍ୟାପୀ ପଞ୍ଜୀକୃତ ହୋଇଥିବା ମାମଲାର ଏକତ୍ରୀକରଣ ସହ ଦିଲ୍ଲୀ ପୋଲିସକୁ ତଦନ୍ତଭାର ହସ୍ତାନ୍ତର ହେଲେ ସୁପ୍ରିମକୋର୍ଟ । କୌଣସି ପ୍ରଦେଶ ପୋଲିସ ପାଖରେ ହାଜର ହେବେ ନାହିଁ ନୁପୂର । ଅଧିକ ପଢନ୍ତୁ

Prophet Remarks Row: ନୁପୂର ଶର୍ମାଙ୍କୁ ବଡ ଆଶ୍ବସ୍ତି, ସମସ୍ତ ମାମଲାର ତଦନ୍ତ କରିବ ଦିଲ୍ଲୀ ପୋଲିସ
Prophet Remarks Row: ନୁପୂର ଶର୍ମାଙ୍କୁ ବଡ ଆଶ୍ବସ୍ତି, ସମସ୍ତ ମାମଲାର ତଦନ୍ତ କରିବ ଦିଲ୍ଲୀ ପୋଲିସ

By

Published : Aug 10, 2022, 5:43 PM IST

ନୂଆଦିଲ୍ଲୀ:ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସର୍ବୋଚ୍ଚ କୋର୍ଟ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ପଞ୍ଜୀକୃତ ହୋଇଥିଲା । ତେବେ ସମସ୍ତ ମାମଲାକୁ ଏକତ୍ରୀକରଣ କରିବା ସହ ଦିଲ୍ଲୀ ପୋଲିସକୁ ତଦନ୍ତ ଭାର ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଏକାଧିକ ରାଜ୍ୟର ପୋଲିସ ନୁପୂରଙ୍କୁ ହାଜର ହୋଇ ଜେରାରେ ସହଯୋଗ କରିବା ପାଇଁ ସମନ ଜାରି କରିଥିଲେ । ତେବେ ଏକାଧିକ ଥର ହତ୍ୟା ଧମକ ପାଇସାରିଥିବା ନୁପୂର, ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଜର ହେବା ପରିବର୍ତ୍ତେ ଅଧିକ ସମୟ ମାଗିଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇ ସମସ୍ତ ମାମଲାର ତଦନ୍ତ ଏକତ୍ରୀକରଣ ଭାବେ ଦିଲ୍ଲୀରେ କରିବା ପାଇଁ ପିଟିସନ ମଧ୍ୟ ଦାଏର କରିଥିଲେ । ଆଜି (ବୁଧବାର) ସୁପ୍ରିମକୋର୍ଟ ତାଙ୍କୁ ବଡ ଆଶ୍ବସ୍ତି ଦେବା ସହ ସମସ୍ତ ମାମଲାର ତଦନ୍ତ ଭାର ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଜୁଲାଇ ପହିଲାରେ ସର୍ବୋଚ୍ଚ କୋର୍ଟରେ ନୁପୂରଙ୍କ ମାମଲାର ଶୁଣାଣି ବେଳେ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ନୁପୂରଙ୍କୁ ହିଁ ଦାୟୀ କରିଥିଲେ ଖଣ୍ଡପୀଠ। ଟେଲିଭିଜନରେ ବିତର୍କ ବେଳେ ତାଙ୍କର ଏପରି ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଦେଶରେ ସାମ୍ପ୍ରଦାୟିକ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି ହୋଇଥିବା ଖଣ୍ଡପୀଠ କହିଥିଲେ । ତେବେ ଆଜି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ବିଭିନ୍ନ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲାକୁ ଏକତ୍ରୀକରଣ କରି ଦିଲ୍ଲୀ ପୋଲିସକୁ ତଦନ୍ତଭାର ହସ୍ତାନ୍ତର କରିଛନ୍ତି ।

ଦିଲ୍ଲୀ ପୋଲିସ ସିଧାସଳଖ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି । ପୂର୍ବରୁ ଏପରି ବିବାଦୀୟ ମନ୍ତବ୍ୟ ପରେ ରାଜସ୍ଥାନ, ମହାରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ ଘଟିଥିବା ହତ୍ୟାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା ଜାରି ରଖିଛି ଗୃହ ମନ୍ତ୍ରଣାଳୟ । ତେବେ ଆଜି ସର୍ବୋଚ୍ଚ କୋର୍ଟରୁ ଏପରି ଆଶ୍ବସ୍ତି ପରେ କୌଣସି ପ୍ରଦେଶ ପୋଲିସ ନିକଟରେ ନୁପୂରଙ୍କୁ ହାଜର ହେବାକୁ ପଡିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details