ନୂଆଦିଲ୍ଲୀ: ଯୌନ ଶୋଷଣର ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ରଦ୍ଧ କରିଦେଇଛନ୍ତି ସୁପ୍ରିମକୋର୍ଟ । ପୀଡିତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିବାକୁ ଅଭିଯୁକ୍ତକୁ ଆଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ । ହାଇକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତକୁ ଜାମିନ ଦେବା ସମୟରେ ରଖାଯାଇଥିବା ସର୍ତ୍ତକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ 9 ଜଣ ମହିଳା । ତେବେ ସୁପ୍ରମକୋର୍ଟ ଏହାକୁ ହୃଦୟଙ୍ଗମ କରିବା ସହିତ ଏଭଳି ସର୍ତ୍ତ ରଖିବା ଅନୁଚିତ ବୋଲି କହିଛନ୍ତି । ଏଭଳି ମାମଲାରେ ଆଦେଶ ଦେବା ସମୟରେ ବିଚାରପତିମାନଙ୍କୁ ଅଧିକ ସମ୍ବେନଶୀଳ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ଉଲ୍ଲେଖ କରାଯାଇଥିଲା, ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେବା ସମୟରେ ନିଜ ସ୍ତ୍ରୀ ସହିତ ପୀଡିତାଙ୍କ ଘରକୁ ଯିବାକୁ କହିଥିଲେ । ଆଦେଶରେ, ଅଭିଯୁକ୍ତ ପୀଡିତା ଘରକୁ ଯାଇ ତା'ଠାରୁ ରାକ୍ଷୀ ବାନ୍ଧୁ ବୋଲି ଆଦେଶରେ କୁହାଯାଇଥିଲା । ଅଭିଯୁକ୍ତ ପୀଡିତାଙ୍କୁ ମିଠା ଦେଇ ସାରା ଜୀବନ ତାଙ୍କ ସୁରକ୍ଷା ବଚନ ଦିଅନ୍ତୁ ବୋଲି କହିଥିଲେ ହାଇକୋର୍ଟ ।