ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟବ୍ୟାନ କରିଲେ ସୁପ୍ରିମକୋର୍ଟ(Supreme Court Bans Two-Finger Test)। ଏନେଇ ଆଜି ସୁପ୍ରିମକୋର୍ଟ କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଯେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁଷ୍କର୍ମ ପୀଡିତାଙ୍କ ପରୀକ୍ଷା କରାଇବା ପାଇଁ ଟୁ ଫିଙ୍ଗର ଟେଷ୍ଟର(Two Finger Test) ପ୍ରଥା ଚାଲୁଅଛି । ତେବେ ଏହାକୁ ବନ୍ଦ କରିବା ପାଇଁ ଆଜି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହା ମଧ୍ୟ ପଢନ୍ତୁ: Bhubaneswar-Jeypore Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ବିମାନ
ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି । ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମକୋର୍ଟ ଟୁ ଫିଙ୍ଗର ଟେଷ୍ଟ ବ୍ୟାନ କରିବା କଥା କହିଛନ୍ତି ।
ଦୁଷ୍କର୍ମ ପୀଡ଼ିତାଙ୍କୁ ଯାଞ୍ଚ କରିବାର ଏଭଳି ଅବୈଜ୍ଞାନିକ ଏବଂ ଆକ୍ରାମକ ଉପାୟ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କୁ ପୁଣି ଥରେ ପ୍ରତାଡ଼ିତ କରୁଛି । ଏହା ମହିଳାଙ୍କ ସମ୍ମାନ ଓ ଗୋପନୀୟତାକୁ ଉଂଲଘନ କରୁଛି ।