ନୂଆଦିଲ୍ଲୀ:ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଅନେକ ରାଜ୍ୟରେ ଟିକାର ଅଭାବ ନେଇ ସାମ୍ନାକୁ ଆସୁଛି ଖବର । ଏହାରି ମଧ୍ୟରେ ଟିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି କୋଭିଡ ଟୀକାକରଣ ନୀତି ସହ ଜଡିତ ଦସ୍ତାବିଜ ଓ ଫାଇଲ ରେକର୍ଡ ସାମ୍ନାରେ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।
କୋରୋନାର ସମସ୍ତ ଟିକାର କ୍ରୟ ରେକର୍ଡ ସହ କେବେ କେବେ ଟିକା କିଣାଯାଇଥିଲା ଏହାର ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ମାଗଣାରେ ଟିକା ଲଗାଯାଉଛି କି ନାହିଁ, ରାଜ୍ୟକୁ ମଧ୍ୟ ପ୍ରଶ୍ନ କରିଛନ୍ତି କୋର୍ଟ । ଏହାସହ ମ୍ୟୁକରମାଇକୋସିସର ଚିକିତ୍ସା ଉପରେ ସୂଚନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି 30 ଜୁନରେ ହେବ । ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଏଲଏନ ରାୱ ଓ ବିଚାରପତି ଏସ ରବିନ୍ଦ୍ର ଭଟ୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କେନ୍ଦ୍ରକୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପ୍ରତ୍ୟେକ ବିଷୟ ଉପରେ ଅଲଗା ଅଲଗା ଜବାବ ଦେବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ । ଏଥିସହ କୋର୍ଟ ଦ୍ବାରା ଉଠାଯାଇଥିବା 10 ଟି ମୁଖ୍ୟ ପଏଣ୍ଟ ହେଉଛି-
1. ଭାରତର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟୀକାକରଣ ହେଉଛି ଏକକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ |
2. ଟିକା ପାଇଁ ରାଜ୍ୟଗୁଡିକର ଦେୟ ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଓ ଅଯୁକ୍ତିକ
3. ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଦାୟିତ୍ବ ଗ୍ରହଣ ନୀତି ସାମ୍ବିଧାନିକ ସନ୍ତୁଳନ
4. ପ୍ରଚଳିତ ଟୀକାକରଣ ନୀତି ଧାରା 14 ଅନୁଯାୟୀ ସମାନତା ଅଧିକାରାରର ଅନ୍ତର୍ଭୁକ୍ତ ହେବା ଉଚିତ୍