ଓଡିଶା

odisha

By

Published : Apr 30, 2021, 6:27 PM IST

ETV Bharat / bharat

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, 23 ରାଜ୍ୟକୁ ଆବଣ୍ଟିତ ହୋଇଛି 8593 MT ଅକ୍ସିଜେନ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, 23 ରାଜ୍ୟକୁ 8 ହଜାର 593 ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟିତ କରାଯାଇଛି । ଗତ ବର୍ଷ ସ୍ବାସ୍ଥ୍ୟ ବିଭାଗ 1 ଲକ୍ଷ ସିଲିଣ୍ଡର କିଣିଥିଲା । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, 23 ରାଜ୍ୟକୁ ଆବଣ୍ଟିତ ହୋଇଛି 8593 MT ଅକ୍ସିଜେନ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, 23 ରାଜ୍ୟକୁ ଆବଣ୍ଟିତ ହୋଇଛି 8593 MT ଅକ୍ସିଜେନ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ଅକ୍ସିଜେନ ପାଇଁ ସଂଘର୍ଷ କରୁଛନ୍ତି ରୋଗୀ । ପ୍ରତି ରାଜ୍ୟରେ ଅମ୍ଳଜାନ ପାଇଁ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲୁଛନ୍ତି ଲୋକେ । ସମସ୍ୟାର ମୁକାବିଲା ପାଇଁ ଅକ୍ସିଜେନ ଏକ୍ସପ୍ରେସ ଚଳାଇ ମହାଅଭିଯାନର ଆରମ୍ଭ କରିଛି ଭାରତୀୟ ରେଳବାଇ ।

ରେଳବାଇ ଜରିଆରେ ଅକ୍ସିଜେନ ଟ୍ୟାଙ୍କରକୁ ଭିନ୍ନଭିନ୍ନ ରାଜ୍ୟକୁ ପଠାଯାଉଛି । ଅନ୍ୟପକ୍ଷେ ଅକ୍ସିଜେନ ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ସକ୍ରିୟ ରହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହା ଉପରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଲଭ ଅଗ୍ରୱାଲ ଅକ୍ସିଜେନ ପାଇଁ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, 23 ରାଜ୍ୟକୁ 8 ହଜାର 593 ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟିତ କରାଯାଇଛି । ଗତ ବର୍ଷ ସ୍ବାସ୍ଥ୍ୟ ବିଭାଗ 1 ଲକ୍ଷ ସିଲିଣ୍ଡର କିଣିଥିଲା । ସେହିପରି 162 PSA ପ୍ଲାଣ୍ଟକୁ ମଞ୍ଜୁରୀ ଦିଆଯାଇଥିଲା । ଏପ୍ରିଲ 21ରେ ମଧ୍ୟ ଅଢେଇ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଅକ୍ସିଜେନ ସିଲିଣ୍ଡର କିଣିବାକୁ ଅର୍ଡର ଦିଆଯାଇଥିବା କହିଛନ୍ତି ଲଭ ଅଗ୍ରୱାଲ ।

ABOUT THE AUTHOR

...view details