ଓଡିଶା

odisha

ETV Bharat / bharat

ଧରାପଡିଲା ଭାରତର ସୁପର ଚୋର: ଜାଣନ୍ତୁ କିଏ ସେ ଯାହା ଉପରେ ତିଆରି ହୋଇଛି ବଲିଉଡ ଫିଲ୍ମ - ଭାରତର ସୁପର ଚୋର ବଣ୍ଟି

ଧରାପଡିଲା ଭାରତର ସୁପର ଚୋର । ଯାହା ଉପରେ ତିଆରି ହୋଇଛି ବଲିଉଡ ଫିଲ୍ମ ଓୟେ ଲକି, ଲକି । ଅଧିକ ପଢନ୍ତୁ

ଧରାପଡିଲା ଭାରତର ସୁପର ଚୋର
ଧରାପଡିଲା ଭାରତର ସୁପର ଚୋର

By

Published : Apr 14, 2023, 1:50 PM IST

Updated : Apr 14, 2023, 2:03 PM IST

ନୂଆଦିଲ୍ଲୀ: ଧରାପଡିଲା ଭାରତର ସୁପର ଚୋର । ଦେଶର ହାଇଟେକ ସୁପର ଚୋର କୁହାଯାଉଥିବା ବଣ୍ଟି ଓରଫ ଦେବେନ୍ଦ୍ର ସିଂହକୁ ଧରିଛି ଦିଲ୍ଲୀ ପୋଲିସ । ପ୍ରାୟ ୫୦୦ କିଲୋମିଟର ପିଛା କରିବା ପରେ ପୋଲିସ ଶେଷରେ ଏହି ଚର୍ଚ୍ଚିତ ଚୋରକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ବଣ୍ଟି ସୁପର ଚୋର ଭାବେ ସାରା ଦେଶରେ ଜଣାଶୁଣା । ଏହାର କାରଣ ହେଉଛି, ସେ ୫୦୦ରୁ ଅଧିକ ଚୋରି କରିସାରିଛି । ଏଥିପାଇଁ ସେ କେବେ ଅନ୍ୟ କାହାରି ସାହାଯ୍ୟ ନେଇନି । ନିଜର ଚତୁରାମିରେ ଦିଲ୍ଲୀରୁ ଚେନ୍ନାଇ ଯାଏ ଲୋକଙ୍କ ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ସହ ମହଙ୍ଗା ଗାଡି ଏକାକୀ ଲୁଟି ନେଇଛି । ବଣ୍ଟିର ଏହି କାରନାମାକୁ ନେଇ ତା' ଉପରେ ଏକ ବଲିଉଡ ଫିଲ୍ମ ମଧ୍ୟ ତିଆରି ହୋଇସାରିଛି । ସୁପରହିଟ୍ ବଲିଉଡ ଫିଲ୍ମ 'ଓୟେ ଲକି, ଲକି'ରେ ସୁପରଚୋର ବଣ୍ଟିର କାରନାମା ଦର୍ଶାଯାଇଛି । ତେବେ ଏହି ହାଇଟେକ ଚୋର ରିଆଲିଟି ସୋ' ବିଗ୍‌ ବସ୍ ଫେମ୍ ମଧ୍ୟ ରହିସାରିଛି ।

କିଏ ଏହି ବଣ୍ଟି: ସୁପରଚୋର ବଣ୍ଟିର ଘର ଦିଲ୍ଲୀ ବିକାଶପୁରରେ । ନବମ ଶ୍ରେଣୀରେ ଫେଲ୍ ହେବାରୁ ନିଜ ବାପା ଠାରୁ ସେ ଖୁବ୍ ମାଡ ଖାଇଥିଲା । ଏହି କାରଣରୁ ବଣ୍ଟି ଘର ଛାଡି ପଳାଇ ଯାଇଥିଲା ଓ ଆଉ ଫେରି ନଥିଲା । ୧୯୯୩ ମସିହାରେ ବଣ୍ଟି ପ୍ରଥମ ଚୋରି କରିଥିଲା । ସେତେବେଳେ ତା'ର ବୟସ ଥିଲା ମାତ୍ର ୧୪ ବର୍ଷ । ଏହି ଚୋରି ମାମଲାରେ ଦିଲ୍ଲୀ ପୋଲିସ ତାକୁ ଧରିଥିଲା । ହେଲେ ସେ ପୋଲିସକୁ ଚକମା ଦେଇ ଛୁ' ମାରିଥିଲା । ଏହାପରେ ବଣ୍ଟି ଦିଲ୍ଲୀ, ଜଳନ୍ଧର, ଚଣ୍ଡିଗଡ, ବେଙ୍ଗାଲୁରୁ, ହାଇଦ୍ରାବାଦ, କେରଳ ଓ ଚେନ୍ନାଇରେ ୫୦୦ରୁ ଅଧିକ ଚୋରି କରିଥିଲା । ଯେଉଁ କାରଣରୁ ସେ ସାରା ଦେଶରେ ସୁପର ଚୋର ନାମରେ ପ୍ରଖ୍ୟାତ ହୋଇଛି ।

ବଣ୍ଟି ନଜର ଅଜବ ଗଜବ କାମ ପାଇଁ ମଧ୍ୟ ବେଶ୍ ପରିଚିତ । ସେ ସବୁବେଳେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ଚୋରି କରିଥାଏ । ସେ ଚୋରି ପାଇଁ କେବେ ବି କାହାର ସହାୟତା ନେଇନି । ସବୁବେଳେ ଏକାକୀ ଚୋରି କରିବା ପାଇଁ ଯାଇଥାଏ । କୁହାଯାଏ, ଥରେ ବଣ୍ଟି ଚୋରି ମାମଲାରେ ଗିରଫ ହୋଇ ଜାମିନରେ ମୁକୁଳିବା ପରେ ଥରେ ମାତ୍ର ନିଜ ଘରକୁ ଯାଇଥିଲା । ହେଲେ ଘର ଲୋକେ ତାକୁ ବାହାର କରିଦେଇଥିଲେ । ବଣ୍ଟି ସବୁବେଳେ ଦାମୀ ଗାଡି, ଘଣ୍ଟା, ସୁନା ଓ ହୀରା ଚୋରି କରିଥାଏ । ଏହିସବୁ ଜିନିଷ ଚୋରି କରିବା ପରେ ପଞ୍ଚ ତାରକା ହୋଟେଲ ଓ ରିସୋର୍ଟକୁ ଯାଇ ଟଙ୍କା ଉଡାଇ ଥାଏ । ପଇସା ସରିଗଲେ ପୁଣିଥରେ ଚୋରି କରେ ।

ନିକଟରେ ବଣ୍ଟି ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ୨ରେ ଥିବା ଜଣଙ୍କ ଘରୁ ଚୋରି କରିଥିଲା । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ୫୦୦ କିଲୋମିଟର ପିଛା କରିଥିଲା । ଶେଷରେ ଉତ୍ତରପ୍ରଦେଶରୁ ତାକୁ ଗିରଫ କରାଯାଇଛି ।

Last Updated : Apr 14, 2023, 2:03 PM IST

ABOUT THE AUTHOR

...view details