ଭୋପାଲ: ମଧ୍ୟ ପ୍ରଦେଶର ସୁପର ମମ୍ ବାଘୁଣୀ ମୃତ । 29ଟି ଛୁଆର ମାଆ ବାଘୁଣୀ କୋଲାରୱାଲିର ମୃତ୍ୟୁ ଘଟିଛି । ଗତକାଲି(ଶନିବାର) ସନ୍ଧ୍ୟାରେ ସୁପର ମମର ମୃତ୍ୟୁ ଘଟିଥିବା ଜଣାପଡିଛି ।
ତେବେ ଏହି 17 ବର୍ଷୀୟା ବାଘୁଣୀକୁ T-15 ମଧ୍ୟ କୁହାଯାଏ । 2008 ରୁ 2018 ମଧ୍ୟରେ କୋଲାରୱାଲି 29ଟି ଶାବକ ଜନ୍ମ ଦେଇଛି । ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗର କାର୍ଯ୍ୟାଳୟର ଜଣେ ଅଧିକାରୀ ବାଘୁଣୀର ମୃତ୍ୟୁ ଖବରକୁ ନିଶ୍ଚିତ କରିଥିଲେ ମଧ୍ୟ କାରଣ ସ୍ପଷ୍ଟ କରିନାହାନ୍ତି ।
ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ବାଘର ହାରାହାରି ବୟସ ପ୍ରାୟ 12 ବର୍ଷ ହୋଇଥାଏ । ମାର୍ଚ୍ଚ 2008ରେ କୋଲାରୱାଲି ପ୍ରଥମେ ରେଡିଓ କୋଲାର ହୋଇଥିଲା । ଅର୍ଥାତ୍ ଜଙ୍ଗଲରେ ଏହି ବାଘ ଥିବା ନେଇ ନୀରିକ୍ଷଣ କରିଥିଲା ବନ ବିଭାଗ । ପରେ କୌଣସି ସନ୍ଧାନ ମିଳିନଥିଲା । ପୁନର୍ବାର ଜାନୁଆରୀ 2010 ରେ ରେଡିଓ କଲାର ହୋଇଥିଲେ କୋଲାରୱାଲି ।