ଓଡିଶା

odisha

ETV Bharat / bharat

ସୁନୀତ ଶର୍ମା ରେଳ ମନ୍ତ୍ରଣାଳୟର ନୂତନ ଚେୟାରମ୍ୟାନ - ସୁନୀତ ଶର୍ମା

କ୍ୟାବିନେଟର ନିଯୁକ୍ତି କମିଟି ଶୁକ୍ରବାର ସୁନୀତ ଶର୍ମାଙ୍କୁ ଭାରତୀୟ ରେଳ ବୋର୍ଡ (ରେଳ ମନ୍ତ୍ରଣାଳୟ) ର ନୂତନ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି । ଅଧିକ ପଢନ୍ତୁ...

ସୁନୀତ ଶର୍ମା ରେଳ ମନ୍ତ୍ରଣାଳୟର ନୂତନ ଚେୟାରମ୍ୟାନ
ସୁନୀତ ଶର୍ମା ରେଳ ମନ୍ତ୍ରଣାଳୟର ନୂତନ ଚେୟାରମ୍ୟାନ

By

Published : Jan 2, 2021, 7:59 PM IST

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ଶୁକ୍ରବାର ସୁନୀତ ଶର୍ମାଙ୍କୁ ଭାରତୀୟ ରେଳ ବୋର୍ଡ (ରେଳ ମନ୍ତ୍ରଣାଳୟ) ର ନୂତନ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି। ଭାରତୀୟ ରେଳବାଇରେ 40 ବର୍ଷର ଅଭିଜ୍ଞତା ଥିବା ସୁନୀତ ଶର୍ମା ଦାୟିତ୍ବ ଗ୍ରହଣ କରିବେ । ବିନୋଦ କୁମାର ଯାଦବଙ୍କ ଏକ ବର୍ଷର କାର୍ଯ୍ୟକାଳ ଡିସେମ୍ବର 31 ରେ ଶେଷ ହେବା ପରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଶର୍ମା ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି ସେ । ଏହାପରେ 1979 ରେ ସେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ। ଚିଫ୍ ରୋଲିଂ ଷ୍ଟକ୍ ଇଞ୍ଜିନିୟର (ମାଲ ଏବଂ ଅପରେସନ୍) ଭାବରେ ତାଙ୍କର ସେବା ସମୟରେ 2006 ମୁମ୍ବାଇ ଟ୍ରେନ୍ ବିସ୍ଫୋରଣର କିଛି ଘଣ୍ଟା ମଧ୍ୟରେ ସେ ଉପାନ୍ତ ନେଟୱାର୍କକୁ ଟ୍ରେନରେ ଫେରାଇ ଆଣିବାରେ ସହଯୋଗ କରିଥିଲେ। ମୁମ୍ବାଇରେ ଅତିରିକ୍ତ ଡିଭିଜନାଲ ରେଳ ପରିଚାଳକ (ADRM) ଭାବରେ ତାଙ୍କୁ ଉପାନ୍ତ ନେଟୱାର୍କର ସେବା ବୃଦ୍ଧି କରିବାର ଶ୍ରେୟ ଦିଆଯାଇଥିଲା ।

ତେବେ ଏନେଇ ରେଳ ମନ୍ତ୍ରଣାଳୟ ଟ୍ବିଟ୍ କରି କହିଛନ୍ତି, ‘ସୁନୀତ୍ ଶର୍ମା ରେଳ ବୋର୍ଡର ଚେୟାରମ୍ୟାନ୍ କମ୍ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶର୍ମା 1978 ବ୍ୟାଚର ଜଣେ SCRA ଅଧିକାରୀ। 37 ବର୍ଷରୁ ଅଧିକ ଅଭିଜ୍ଞତା ଥିବାରୁ ସେ ରେଳବାଇର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ରଖିଛନ୍ତି । ସେ ଜର୍ମାନୀ, ଫ୍ରାନ୍ସ, ଆମେରିକା ଇତ୍ୟାଦିରେ ତାଲିମ ନେଇଛନ୍ତି ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details