ଓଡିଶା

odisha

ଭେଟିଲେ ମୋଦି, 3000 ଭାରତୀୟ ଭିସାକୁ ସୀକୃତି ଦେଲେ ସୁନକ

By

Published : Nov 16, 2022, 1:17 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କିଛି ଘଣ୍ଟା ପରେ ଭାରତୀୟଙ୍କ ପାଇଁ 3000 ଭିସାକୁ ସୀକୃତି ଦେଇଛନ୍ତି ବ୍ରିଟେନ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଇଣ୍ଡୋନେସିଆରେ ଆୟୋଜିତ 17ତମ ଜି-20 ସମ୍ମିଳନୀରେ ପ୍ରଥମ ଦିନରେ ଉଭୟଙ୍କ ମଧ୍ୟରେ ପ୍ରଥମ ଥର ଭେଟଘାଟ ହୋଇଥିଲା । ଅଧିକ ପଢନ୍ତୁ

ମୋଦି-ଋଷି ଭେଟଘାଟ, ବ୍ରିଟେନରେ 3000 ଭାରତୀୟ ଭିସାକୁ ସୁନକଙ୍କ ସୀକୃତି
ମୋଦି-ଋଷି ଭେଟଘାଟ, ବ୍ରିଟେନରେ 3000 ଭାରତୀୟ ଭିସାକୁ ସୁନକଙ୍କ ସୀକୃତି

ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ବ୍ରିଟେନରେ ପ୍ରତିବର୍ଷ ପ୍ରଫେସନାଲ କାର୍ଯ୍ୟ ପାଇଁ ଆସୁଥିବା ଭାରତୀୟ ପ୍ରବାସୀଙ୍କ ପାଇଁ 3000 ଭିସାକୁ ସୀକୃତି ଦେଇଛନ୍ତି । ବ୍ରିଟିଶ ସରକାର କହିଛନ୍ତି ଭାରତ ଏହିପରି ଯୋଜନାରେ ଲାଭବାନ ହେବା ପ୍ରଥମ ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କିଛି ଘଣ୍ଟା ପରେ ଭାରତୀୟଙ୍କ ପାଇଁ 3000 ଭିସାକୁ ସୀକୃତି ଦେଇଛନ୍ତି ବ୍ରିଟେନ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଇଣ୍ଡୋନେସିଆରେ ଆୟୋଜିତ 17ତମ ଜି-20 ସମ୍ମିଳନୀରେ ପ୍ରଥମ ଦିନରେ ଉଭୟଙ୍କ ମଧ୍ୟରେ ପ୍ରଥମ ଥର ଭେଟଘାଟ ହୋଇଥିଲା ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ବିଟ କରି କୁହାଯାଉଛି,'' ଆଜି ୟୁକେ ଏବଂ ଭାରତ ଯୁବ ଫ୍ରଫେସନାଲ ଯୋଜନା (Young Professionals Scheme) ନିଶ୍ଚିନ୍ତ ହୋଇଛି । ଯେଉଁଥିରେ 18ରୁ 30 ବର୍ଷୀୟଙ୍କ ଡିଗ୍ରୀ ଶିକ୍ଷାଗତ ଭାରତୀୟ ନାଗରିକଙ୍କୁ ବ୍ରିଟେନ ଆସିବା ଏବଂ 2 ବର୍ଷ ଯାଏଁ ରହିବା ପାଇଁ 3 ହଜାର ଯୁବକଙ୍କୁ ଅବସର ପ୍ରଦାନ କରାଯିବ ।'' ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଡୋନେସିଆରେ ଚାଲିଥିବା ଜି-20 ସମ୍ମିଳନୀରେ ଘୋଷଣା କରିଛନ୍ତି ଋଷି ସୁନକ । ଜି-20 ସମ୍ମିଳନୀରେ ପ୍ରଥମ ଦିନରେ ଋଷି ଓ ମୋଦିଙ୍କ ପ୍ରଥମ ଥର ସାକ୍ଷାତକାର ହୋଇଥିଲା । ଏହାର କିଛି ଘଣ୍ଟା ପରେ ଏହା ଘୋଷଣା କରିଛନ୍ତି ଋଷି ସୁନକ ।

ଏହା ବି ପଢନ୍ତୁ...G 20 Summit: ପ୍ରଥମ ଥର ସୁନକ ମୋଦି ଭେଟଘାଟ

ଗତମାସରେ ଭାରତୀୟ ବଂଶୋଦ୍ଭୋବ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଛନ୍ତି ଋଷି ସୁନକ । ଜି-20 ସମ୍ମିଳନୀରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ସୁନକ । ନୂଆ ୟୁକେ-ଇଣ୍ଡିଆ ୟଙ୍କ ପ୍ରଫେସନାଲ ଯୋଜନାର ଶୁଭାରମ୍ଭ ସହି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ । ବ୍ରିଟେନର ବ୍ୟାପାର ପ୍ରତିବଦ୍ଧତା ଦୁଇ ଦେଶ ପାଇଁ ମହତ୍ତ୍ବପୂର୍ଣ୍ଣ । ଭାରତ ଓ ପ୍ରଶାନ୍ତ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ବ୍ରିଟେନ ସହିତ ଭାରତର ନିବିଡ ସମ୍ପର୍କ ରହିଛି । ବ୍ରିଟେନର ସମସ୍ତ ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କ ମଧ୍ୟରେ ପାଖାପାଖି ଏକ ଚତୁର୍ଥାଶଂ ଭାରତୀୟ । ଭାରତୀୟ ନିବେଶ ପାଇଁ ବ୍ରିଟେନରେ 95 ହଜାର ନିଯୁକ୍ତି ପାଉଛନ୍ତି । ବର୍ତ୍ତମାନ ବ୍ରିଟେନ ଭାରତ ସହ ଏକ ବ୍ୟବସାୟ ଭିତ୍ତିକ ବୁଝାମଣା ଉପରେ ଆଲୋଚନା କରାଯାଉଥିବା ଜଣାପଡିଛି ।

ABOUT THE AUTHOR

...view details