ଓଡିଶା

odisha

ETV Bharat / bharat

ଆଜି ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ପାଞ୍ଜି ଅନୁସାରେ ନଭେମ୍ବର ୧୬ ତାରିଖ ତଥା ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି । ଆଜି ହିଁ ସୂର୍ଯ୍ୟ ତୁଳା ରାଶିରୁ ବିଛା ରାଶିକୁ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ ରାଶି ପରିବର୍ତ୍ତନ ଦ୍ବାରା କେଉଁ ରାଶି ବ୍ୟକ୍ତିଙ୍କ ଉପରେ ଏହାର କଣ ପ୍ରଭାବ ରହିବ, ଚାଲନ୍ତୁ ଜାଣିବା...

By

Published : Nov 16, 2021, 6:15 AM IST

ଆଜି ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ
ଆଜି ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ

ମେଷ ରାଶି:

ବର୍ତ୍ତମାନ ବିଛା ରଶିରେ ସୂର୍ଯ୍ୟ ପ୍ରବେଶ କରିବେ । ମୂଳ ରାଶି ମେଷ ଥିବା ବ୍ୟକ୍ତିମାନଙ୍କର ଗୋଟିଏ ମାସ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ । ଏହି ସମୟରେ ଆପଣ ବାହାରକୁ ଭ୍ରମଣରେ ଯିବାର ମଧ୍ୟ ସମ୍ଭାବନା ଅଛି । ଆପଣଙ୍କର ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ତେବେ ତରବରିଆ ହୋଇ କୌଣସି କାମ ନ କରିବାକୁ ଆପଣଙ୍କୁ ଅନୁରୋଧ ।

ଉପଚାର – ଆନୁଷ୍ଠାନିକ ରୂପେ ଗୁଡ଼ ଦାନ କରିବା ଉଚିତ ।

ବୃଷ ରାଶି:

ବିଛା ରାଶିରେ ସୂର୍ଯ୍ୟ ପ୍ରବେଶ କରୁଥିବା କାରଣରୁ ମୂଳ ରାଶି ବୃଷ ଥିବା ବ୍ୟକ୍ତିମାନେ ସେମାନଙ୍କର ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ । ନିଜର ସନ୍ତାନମାନଙ୍କର ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ସହଭାଗୀ ଥିବା ବ୍ୟବସାୟୀମାନେ ନିଜର କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଅଦାଲତ ଓ ମାଲିମକଦ୍ଦମା କ୍ଷେତ୍ରରେ ଲାଭବାନ ହୋ‍ଇପାରନ୍ତି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ଯେକୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ।

ମିଥୁନ ରାଶି:

ଆଜି ବିଛା ରାଶିରେ ସୂର୍ଯ୍ୟ ପ୍ରବେଶ କରିବେ । ମୂଳ ରାଶି ମିଥୁନ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଶୁଭ ସମୟ ହୋ‍ଇପାରେ । ଆପଣଙ୍କ ଶତ୍ରୁମାନେ ଦୁର୍ବଳ ହୋଇଯିବେ । ଆପଣଙ୍କର ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆରମ୍ଭ ହେବା ସହିତ ସମ୍ପୂର୍ଣ୍ଣ ହେବ । ଗୋଟିଏ ନୂଆ ଗାଡ଼ି କିମ୍ବା ଘର କିଣିବା ପାଇଁ ଯୋଜନା କରିପାରନ୍ତି ।

ଉପଚାର – ଜଳରେ କୁଙ୍କୁମ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କର୍କଟ ରାଶି:

ବିଛା ରାଶିରେ ସୂର୍ଯ୍ୟ ପ୍ରବେଶ କରୁଥିବାରୁ ମୂଳ ରାଶି କର୍କଟ ଥିବା ବ୍ୟକ୍ତିମାନଙ୍କର ସମୟ ମଧ୍ୟମ ରହିବ । ଏହି ସମୟରେ ନିଜର କଥାବାର୍ତ୍ତା ଉପରେ ସଂଯମତା ରଖିବା ଉଚିତ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଶୁଭ ହୋ‍ଇପାରେ । ଗବେଷଣା କାର୍ଯ୍ୟ ଆଗେଇ ପାରେ । କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି ।

ଉପଚାର – ଗୋଟିଏ ଗାୟତ୍ରୀ ମାଳା ଜପ କରନ୍ତୁ (108 ଥର) ।

ସିଂହ ରାଶି:

ବିଛା ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ହେଉଥିବା କାରଣରୁ ଆପଣ ନିଜର ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଚେଷ୍ଟା କରିବା ଉଚିତ । ବ୍ୟବସାୟୀମାନେ ଏହି ମାସରେ କିଛି ସ୍ଵତନ୍ତ୍ର ଲାଭ ପାଇପାରନ୍ତି । ଏହା ସହିତ ନିଜ ସ୍ଵାସ୍ଥ୍ୟର ଉତ୍ତମ ଯତ୍ନ ନିଅନ୍ତୁ ।

ଉପଚାର – ଯଦି ଆପଣ ଜଣେ ଗରିବ ଲୋକକୁ ନାଲି ବସ୍ତ୍ର ଦାନ କରିବେ, ତେବେ ଆପଣ ସୂର୍ଯ୍ୟ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରନ୍ତି ।

କନ୍ୟା ରାଶି:

ସୂର୍ଯ୍ୟ ଆପଣଙ୍କର ତୃତୀୟ ଘରୁ ଚଳନ କରୁଛନ୍ତି । ଏହି ମାସରେ ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ । କିନ୍ତୁ ଆପଣ ନିଜର ସାନ ଭାଇ ଭ‍ଉଣୀମାନଙ୍କ ପ୍ରତି ଅହଂଭାବ ପ୍ରଦର୍ଶନ କରିବା ଉଚିତ ନୁହେଁ । ଆପଣଙ୍କ ଗଳାରେ ଯନ୍ତ୍ରଣା ହୋ‍ଇପାରେ ।

ଉପଚାର – ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କ ଦର୍ଶନ କରି ନିଜର ଦିନ ଆରମ୍ଭ କରନ୍ତୁ ।

ତୁଳା ରାଶି:

ବିଛା ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ହେଉଥିବା କାରଣରୁ ଆପଣ ମିଶ୍ରିତ ଫଳ ପାଇବେ । ଏହି ମାସରେ ଆପଣଙ୍କ କଥାରେ ସାମାନ୍ୟ ଅହଂଭାବ ଦେଖା ଦେଇପାରେ । ନିଜ ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ଝଗଡ଼ା ହୋଇପାରେ । ନିଜର ଆୟ ବୃଦ୍ଧି କରିବା ପାଇଁ ଆପଣ କରୁଥିବା ପରିଶ୍ରମର ସୁଫଳ ପାଇବାର ସମ୍ଭାବନା ଅଛି ।

ଉପଚାର – ସବୁ ଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଭଗବାନ ଶିବଙ୍କର ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ ।

ବିଛା ରାଶି:

ଗୋଟିଏ ମାସ ପାଇଁ ସୂର୍ଯ୍ୟ ଆପଣଙ୍କର ବିଛା ରାଶିରେ ରହିବେ । ଏହି ସମୟରେ ଆପଣଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀତ ସମସ୍ତ ସମସ୍ୟାର ସମାଧାନ ହୋ‍ଇଯିବ । ଆପଣ କୌଣସି ସରକାରୀ କାମରେ ସଫଳତା ପାଇପାରନ୍ତି । କୌଣସି କାମ ପାଇଁ ତରବରିଆ ମନୋଭାବ ରଖନ୍ତୁ ନାହିଁ । ଏହି ସମୟରେ ଆପଣ ଅଧିକ କ୍ରୋଧିତ ହୋ‍ଇପାରନ୍ତି, ତେଣୁ ସେଥି ପ୍ରତି ସତର୍କ ରୁହନ୍ତୁ ।

ଉପଚାର – ଦୃଷ୍ଟିହୀନ ବ୍ୟକ୍ତିମାନଙ୍କର ସେବା କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଗୁଡ଼ ଅର୍ପଣ କରନ୍ତୁ ।

ଧନୁ ରାଶି:

ବିଛା ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ କାରଣରୁ ମୂଳ ରାଶି ଧନୁ ଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ମଧ୍ୟମ ରହିବ । ଆପଣଙ୍କର ଶତ୍ରୁମାନେ ଦୁର୍ବଳ ହେବେ । ବିଦେଶରେ ବ୍ୟବସାୟ କରିବା ପାଇଁ ଥିବା ଆପଣଙ୍କର ଇଚ୍ଛା ସମ୍ପୂର୍ଣ୍ଣ ହୋଇପାରେ । ଉତ୍‌କ୍ଷିପ୍ତ ନହେବା ସହିତ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନଚେତ୍ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।

ଉପଚାର – ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ ।

ମକର ରାଶି:

ମୂଳ ରାଶି ମକର ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସ୍ଵତନ୍ତ୍ର ସମୟ ହେବ । ଆପଣଙ୍କର ଯୋଗାଯୋଗ ବୃଦ୍ଧି ପାଇବ । ନିଜର ସାମାଜିକ କାର୍ଯ୍ୟଗୁଡ଼ିକ ପାଇଁ ସହାୟତା ପାଇ ପାରନ୍ତି । ଆପଣଙ୍କ ଆୟ ବୃଦ୍ଧି ହୋ‍ଇପାରେ । ଆପଣ ନିଜର ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି କିନ୍ତୁ ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଭଲ କରିବେ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ ଆପଣଙ୍କ ପାଇଁ ଲାଭକାରୀ ହୋ‍ଇପାରେ ।

କୁମ୍ଭ ରାଶି:

ବିଛା ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ହେବ । ନିଜର କଠିନ ପରିଶ୍ରମର ଆପଣ ସୁଫଳ ପାଇବେ । କର୍ମକ୍ଷେତ୍ରରେ ମଧ୍ୟ ଆପଣ ଲାଭବାନ ହେବେ । ଆପଣ ନିଜ ବାପାଙ୍କ ସ୍ଵାସ୍ଥ୍ୟର ଉତ୍ତମ ଯତ୍ନ ନେବା ଆବଶ୍ୟକ ।

ଉପଚାର – ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ମୀନ ରାଶି:

ବିଛା ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ସମୟ ଆପଣଙ୍କ ପାଇଁ ସାମାନ୍ୟ ବାଧାବିଘ୍ନ ପୂର୍ଣ୍ଣ ହୋ‍ଇପାରେ । ନିଜ ସ୍ଵାସ୍ଥ୍ୟର ଉତ୍ତମ ଯତ୍ନ ନିଅନ୍ତୁ । ନିଜର ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ମନାନ୍ତର ଦେଖା ଦେଇପାରେ । ଧାର୍ମିକ ଅନୁଷ୍ଠାନ କରିବା ଦ୍ଵାରା ଆପଣ ଲାଭବାନ ହୋ‍ଇପାରନ୍ତି ।

ଉପଚାର – ସୂର୍ଯ୍ୟ ଦେବତାଙ୍କର ଯେକୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ।

ABOUT THE AUTHOR

...view details