ମେଷ:
ଆଜି ତୁଳା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । କେବଳ ଏହି ଗୋଟିଏ ମାସ ପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ । ଏହି ମାସରେ ଆପଣ ବାହାର ଜାଗାକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି ।
ଉପଚାର - ସକାଳୁ ଶୀଘ୍ର ଉଠନ୍ତୁ । ସୂର୍ଯ୍ୟ ଦେବତାଙ୍କର ଦର୍ଶନ କରନ୍ତୁ ।
ବୃଷ:
ମୂଳ ରାଶି ବୃଷ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭକାରୀ ସାବ୍ୟସ୍ତ ହେବ । ଏହି ମାସରେ ଆପଣ କାର୍ଯ୍ୟ କ୍ଷେତ୍ରରେ, ବ୍ୟବସାୟରେ ଏବଂ ଘରେ ଅଧିକ ସମ୍ମାନିତ ହେବେ ।
ଉପଚାର - କିଛି ଗରିବ ଲୋକଙ୍କୁ ଗହମ ଦାନ କରନ୍ତୁ ।
ମିଥୁନ:
ମୂଳ ରାଶି ମିଥୁନ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଶୁଭକାରୀ ସାବ୍ୟସ୍ତ ହେବ । ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ । ଆପଣ ଗୋଟିଏ ନୂଆ ଗାଡ଼ି କିଣିବାର ସମ୍ଭାବନା ଅଛି । କିନ୍ତୁ ଆପଣଙ୍କୁ ନିଜର ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
ଉପଚାର - କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।
କର୍କଟ:
ତୁଳା ରାଶିକୁ ସୂର୍ଯ୍ୟଙ୍କର ଚଳନ ହେଉଥିବା କାରଣରୁ ମୂଳ ରାଶି କର୍କଟ ଥିବା ବ୍ୟକ୍ତିମାନେ ଚିନ୍ତିତ ଓ ବ୍ୟଗ୍ର ରହିବେ । ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ନିଜର ଇଚ୍ଛା ବିରୁଦ୍ଧରେ ବଦଳି ହୋଇପାରେ । ଏହି ମାସରେ ନିଜର କଥାବାର୍ତ୍ତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
ଉପଚାର - ପ୍ରତିଦିନ ନିଜର ମାତାପିତାଙ୍କ ପାଦ ଛୁଇଁ ଦିନ ଆରମ୍ଭ କରନ୍ତୁ ।
ସିଂହ:
ତୁଳା ରାଶିରେ ସୂର୍ଯ୍ୟ ପ୍ରବେଶ କରୁଥିବା କାରଣରୁ ମୂଳ ରାଶି ସିଂହ ଥିବା ବ୍ୟକ୍ତିମାନଙ୍କର ଆର୍ଥିକ ଲାଭ ହୋଇପାରେ । ଏହି ମାସରେ ଆପଣ ଅନେକ ଗୁରୁତ୍ବପୂର୍ଣ୍ଣ ଯାତ୍ରାରେ ଯିବାର ସମ୍ଭାବନା ଅଛି । ଆପଣ ନିଜର ଶୁଭାକାଂକ୍ଷୀମାନଙ୍କର ସହୟତା ପ୍ରାପ୍ତ କରିବେ ।
ଉପଚାର - ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ସହିତ ତାଙ୍କର ମନ୍ତ୍ର ଜପ କରନ୍ତୁ ।
କନ୍ୟା:
ତୁଳା ରାଶିରେ ସୂର୍ଯ୍ୟ ପ୍ରବେଶ କରୁଥିବା କାରଣରୁ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନଙ୍କର ସମୟ ମଧ୍ୟମରୁ ସାମାନ୍ୟ ଉତ୍ତମ ରହିବ । ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ନିଜର ସମ୍ପର୍କୀୟମାନଙ୍କୁ ଭେଟିବା ପାଇଁ ଆପଣ ଗୋଟିଏ ଯୋଜନା କରିପାରନ୍ତି । ଦୀର୍ଘ ଦିନରୁ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି ।
ଉପଚାର - 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ (ଗୋଟିଏ ମାଳା)