ମେଷ:ରବିଙ୍କ ଚଳନ ସମୟରେ ମେଷ ରାଶିର ବ୍ୟକ୍ତିମାନେ ସେମାନଙ୍କ ଶତୃମାନଙ୍କ ଉପରେ ଜୟଲାଭ କରିବେ । ଆପଣଙ୍କର ପୂର୍ବରୁ ଥିବା ସ୍ଵାସ୍ଥ୍ୟ ସମସ୍ୟା ଉପଷମ ହେବ । ଏହି ସମୟରେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର ଅନେକ ସମ୍ଭାବନା ଅଛି । ଆପଣ ନିଜ ଜୀବନରେ ଏପରିକି ପ୍ରେମ କ୍ଷେତ୍ରରେ ମଧ୍ୟ ଦୃଢ଼ ରହିବେ ।
ଉପଚାର: ସୂର୍ଯ୍ୟ ଦେବତାଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ।
ବୃଷ:କନ୍ୟା ରାଶିରେ ରବିଙ୍କର ଚଳନ ସମୟରେ ଆପଣ ସମ୍ପତ୍ତି କ୍ରୟ କରିବାରେ ସଫଳତା ହୋଇପାରନ୍ତି | ଆପଣ ନିଜ ଘର ତିଆରି କରିବାର ସମ୍ଭାବନା ଅଛି | ଆୟର ନୂତନ ପନ୍ଥା ମିଳିପାରେ | ଏହି ସମୟରେ ଆପଣଙ୍କର ଶିକ୍ଷା ମଧ୍ୟ ଅଗ୍ରଗତି କରିପାରେ । ଆପଣଙ୍କ ଠାରେ ଭିଷଣ ଜ୍ଞାନର ଉଦ୍ରେକ ହୋଇପାରେ । ସରକାରଙ୍କ ଦ୍ୱାରା ମଧ୍ୟ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ଠିକ ସମୟରେ ଋଣ ପରିଶୋଧ କରିବାର ସମ୍ଭାବନା ଅଛି ।
ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମିଥୁନ:ବର୍ତ୍ତମାନ ରବି ଏକ ମାସ ପାଇଁ କନ୍ୟା ରାଶିରେ ରହିବେ । ଏହା ଦ୍ୱାରା ଆପଣଙ୍କ ଘରେ ଆନଂଦ ଓ ଉଲ୍ଲାସ ବୃଦ୍ଧି ହେବାର ସମ୍ଭାବନା ଅଛି । ବାପା ଓ ଭାଇଭଉଣୀମାନଙ୍କ ସହିତ ସମ୍ପର୍କ ଦୃଢ଼ ହୋଇପାରେ । ଆପଣ ନିଜ କ୍ୟାରିଅରରେ ସଫଳତା ଲାଭ କରିପାରନ୍ତି ।
ଉପଚାର: ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।
କର୍କଟ:ରବି କନ୍ୟା ରାଶିରେ ପ୍ରବେଶ କରୁଥିବା ହେତୁ ନୂଆ କାମ କରିବା ପାଇଁ ଆପଣ ପ୍ରବଳ ଉତ୍ସାହିତ ରହିପାରନ୍ତି । ତୀର୍ଥ ଯାତ୍ରାର ଆୟୋଜନ କରିବାର ସମ୍ଭାବନା ଅଛି । ଆପଣ ସରକାରୀ କାମରୁ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ସମସ୍ତ କାର୍ଯ୍ୟ ସାହାସ ଓ ଉତ୍ସାହର ସହ କରିବାର ସମ୍ଭାବନା ଅଛି ।
ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ସିଂହ:କନ୍ୟା ରାଶିରେ ରବିଙ୍କର ଚଳନ ହେଉଥିବା ଏହି ଗୋଟିଏ ମାସକୁ ଆପଣ ଉପଭୋଗ କରିପାରନ୍ତି । ଆପଣ ଅର୍ଥ ଦୃଷ୍ଟିରୁ ଲାଭବାନ ହୋଇପାରନ୍ତି । ନିଜର ପରିବାର ପ୍ରତି ଉତ୍ସର୍ଗିକୃତ ହେବା ସହ ଦାୟିତ୍ୱବାନ ହୁଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସୂଚନା ମିଳୁଛି । ଯାହା ହେଉ ନା କାହିଁକି ଏହି ସମୟରେ ଋଣ କରନ୍ତୁ ନାହିଁ ।
ଉପଚାର: ଯେକୌଣସି ଗୋଟିଏ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।
କନ୍ୟା:ଆପଣଙ୍କ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣ ସାମାନ୍ୟ ଅହଂକାରୀ ହେବାର ସମ୍ଭାବନା ଅଛି । ଏହି ସମୟରେ ନିଜ କାମରେ ସଫଳତା ପାଇବା ପାଇଁ ଆପଣ ସଠିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରନ୍ତି । ଯାହା ହେଉନା କାହିଁକି ନିଜର ସାଥୀଙ୍କ ସହିତ ଥିବା ସମ୍ପର୍କରେ ବ୍ୟବଧାନ ସୃଷ୍ଟି ହୋଇପାରେ ।
ଉପଚାର: ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।