ଓଡିଶା

odisha

କନ୍ୟା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

By ETV Bharat Odisha Team

Published : Sep 17, 2023, 7:31 AM IST

ଆଜି କନ୍ୟା ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ।

sun transit special horoscope
sun transit special horoscope

ମେଷ: ବର୍ତ୍ତମାନ ଗୋଟିଏ ମାସ ପାଇଁ ରବି କନ୍ୟା ରାଶିରେ ରହିବେ । ଆଜି ପର ଠାରୁ ଗୋଟିଏ ମାସ ସମୟ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ବିଦେଶ ଯିବା ପାଇଁ ଇଚ୍ଛା କରୁଥିବା ଲୋକମାନଙ୍କର ଉଦ୍ୟମ ସଫଳ ହେବ । ଆପଣ ପ୍ରେମ ଜୀବନରେ ମଧ୍ୟ ଦୃଢମନା ହେବେ ।

ଉପଚାର – ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବୃଷ:କନ୍ୟା ରାଶିରେ ରବିଙ୍କର ଚଳନ ହେତୁ ଆପଣଙ୍କ ରିୟଲ୍ ଇଷ୍ଟେଟ୍ କାମରେ ସହାୟକ ହେବ । ଆୟର ନୂତନ ପନ୍ଥା ସବୁ ସୃଷ୍ଟି ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କର ଜ୍ଞାନୀ ଲୋକମାନଙ୍କ ସହିତ ସାକ୍ଷାତ ହେବ । ଆପଣ ସରକାରଙ୍କ ଦ୍ଵାରା ଲାଭବାନ ହେବେ । ଆପଣ ଋଣ ଶୁଝିବାରେ ସଫଳ ହେବେ ।

ଉପଚାର – ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ମିଥୁନ:ବର୍ତ୍ତମାନ ରବି ଗୋଟିଏ ମାସ ପାଇଁ କନ୍ୟା ରାଶିରେ ଅବସ୍ଥାନ କରିବେ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ହେବ । ଆପଣ ସାନ ଭାଇଭଉଣୀଙ୍କ ଠାରୁ ସାହାଯ୍ୟ ପାଇବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖିବାକୁ ମିଳିବ । ବାପାଙ୍କ ସହିତ ସମ୍ପର୍କ ପୂର୍ବାପେକ୍ଷା ଆହୁରି ଦୃଢ ହେବ । କ୍ୟାରିଅରରେ ମଧ୍ୟ ଉନ୍ନତି ପରିଲଖିତ ହେବ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

କର୍କଟ:କନ୍ୟା ରାଶିରେ ରବି ପ୍ରବେଶ ହେବା ଦ୍ଵାରା ଆପଣ ନୂଆ କାମ କରିବା ପାଇଁ ଉତ୍ସାହିତ ହେବେ । ତୀର୍ଥ ଯାତ୍ରାର ଆୟୋଜନ ହେବ । ଆପଣ ସରକାରୀ କାମରୁ ଲାଭବାନ ହେବେ । ଆପଣ ସମସ୍ତ କାମକୁ ସାହସିକତାର ସହ କରିବା ପାଇଁ ସକ୍ଷମ ହେବେ । ଏହି ସମୟରେ ବର୍ତ୍ତମାନ ଆପଣ ସଂପୂର୍ଣ୍ଣ ଆଶାବାଦୀ ହେବେ । ହେଲେ କିଛି ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ମତାନ୍ତର ହେବାର ସମ୍ଭାବନା ଅଛି । ଆପଣଙ୍କ କଥାବାର୍ତ୍ତାରେ କଟୁତା ଦେଖିବାକୁ ମିଳିବ ।

ଉପଚାର – ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ସିଂହ:କନ୍ୟା ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଶୁଭ ହେବ । ପରିବାର ସଦସ୍ୟମାନେ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହି ସମୟରେ କୌଣସି ଭାବେ ଋଣ କରନ୍ତୁ ନାହିଁ ।

ଉପଚାର – ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

କନ୍ୟା:ଆପଣଙ୍କ ରାଶିକୁ ରବିଙ୍କର ଆଗମନ ହେଉଥିବା କାରଣରୁ ଆପଣ ସାମାନ୍ୟ ଅହଂକାରୀ ହେବାର ସମ୍ଭାବନା ଅଛି । ନିଜର ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ସୃଷ୍ଟି ହେଉଥିବା ବ୍ୟବଧାନକୁ ଆପଣ ଅନୁଭବ କରିବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କର ଶତୃମାନେ ଆପଣଙ୍କ ଠାରୁ ଅଧିକ ବଳଶାଳୀ ହେବେ ।

ଉପଚାର- ସୂର୍ଯ୍ୟ ଦେବତାଙ୍କର ଉପାସନା କରନ୍ତୁ ।

ତୁଳା:କନ୍ୟା ରାଶିରେ ରବିଙ୍କର ପ୍ରବେଶ ହେବା କାରଣରୁ ଆପଙ୍କର ଖର୍ଚ୍ଚ ବୃଦ୍ଧି ହେବ । ଆପଣ ନିଜ ସ୍ଵାସ୍ଥ୍ୟର ସ୍ଵତନ୍ତ୍ର ରୂପେ ଯତ୍ନ ନିଅନ୍ତୁ । ବିଦେଶ ଯାତ୍ରା ସମୟରେ ମଧ୍ୟ ସାବଧାନ ରୁହନ୍ତୁ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କୌଣସି ପୁରୁଣା ରୋଗରୁ ମଧ୍ୟ ମୁକ୍ତ ହେବେ ।

ଉପଚାର – ପ୍ରତିଦିନ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ।

ବିଛା:କନ୍ୟା ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କର ଆୟ ବୃଦ୍ଧି ହେବ । ଆପଣ ପୂର୍ବ ନିର୍ଦ୍ଧାରିତ ଯୋଜନା ଗୁଡିକ ସହିତ ଆଗକୁ ବଢିବେ । ଆପଣ ଏହା ଦ୍ଵାରା ଲାଭବାନ ହେବେ ।

ଉପଚାର- ଗାୟତ୍ରୀଙ୍କର ଉପାସନା କରନ୍ତୁ ।

ଧନୁ:ସୂର୍ଯ୍ୟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କର ଚାକିରି ଓ ବ୍ୟବସାୟରେ ସଂପୂର୍ଣ୍ଣ ଉନ୍ନତି ହେବ । ଆପଣଙ୍କର କାମ ପ୍ରଶଂସିତ ହେବ । ହେଲେ ଜୀବନସାଥି ଓ ଆପଣଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ କାମରୁ ଲାଭବାନ ହେବେ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ମକର:ସୂର୍ଯ୍ୟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ କିଛି ମାତ୍ରାରେ ଚିନ୍ତାଜନକ ହେବାର ସମ୍ଭାବନା ଅଛି । କୌଣସି ପୁରୁଣା ଯୋଜନା ଉପରେ କାମ କରିବା କଷ୍ଟଦାୟକ ହେବ । ଦୂର ଯାତ୍ରା କରିବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ବଦଳି ହେବାର ସମ୍ଭାବନା ଅଛି ।

ଉପଚାର – ଗୋଟିଏ ଚକ୍ଷୁ ଚିକିତ୍ସାଳୟରେ ରୋଗୀମାନଙ୍କର ସେବା କରନ୍ତୁ ।

କୁମ୍ଭ:ବର୍ତ୍ତମାନ ରବି କନ୍ୟା ରାଶିରେ ଅବସ୍ଥାନ କରିଛନ୍ତି । ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଏପରିକି ଆପଣ ଅସୁସ୍ଥ ହୋଇପାରନ୍ତି । ଆପଣଙ୍କ ବିରୁଦ୍ଧରେ ଷଡୟନ୍ତ୍ର ହେବାର ସମ୍ଭାବନା ଅଛି ।

ଉପଚାର – ପ୍ରତିଦିନ ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମୀନ:କନ୍ୟା ରାଶିରେ ରବିଙ୍କର ପ୍ରବେଶ ହେଉଥିବା କାରଣରୁ ମୀନ ରାଶିର ଲୋକଙ୍କ ବୈବାହିକ ଜୀବନରେ ମନାନ୍ତର ହେବାର ସମ୍ଭାବନା ଅଛି । ନିଜର ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ସମ୍ପର୍କ ମଧ୍ୟ କିଛି ମାତ୍ରାରେ ପୂର୍ବ ଭଳି ଉତ୍ତେଜନାପୂର୍ଣ୍ଣ ରହିବ । ହେଲେ ନୂଆ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ସ୍ଥାପନ ହେବ ।

ଉପଚାର – ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ ।

ABOUT THE AUTHOR

...view details