ମେଷ: ମିଥୁନ ରାଶିରେ ରବିଙ୍କର ଚଳନ ଦ୍ଵାରା ଆପଣ ଲାଭବାନ ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିପାରେ । ଏହି ସମୟରେ ନିଜର ବାପାଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହୋଇପାରେ। ଆପଣ ଆଜି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।
ଉପଚାର: ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବୃଷ: ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିପାରନ୍ତି । ଏହି ସମୟରେ ଆପଣଙ୍କର ଆଖି ସମ୍ବନ୍ଧିତ କିଛି ସମସ୍ୟା ଦେଖାଦେଇପାରେ । ଆପଣ ସାମାନ୍ୟ ଅହଂକାରି ହେବାର ମଧ୍ୟ ସମ୍ଭାବନା ଅଛି ।
ଉପଚାର: ପ୍ରତି ଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ
ମିଥୁନ: ମିଥୁନ ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ପୂର୍ବ ଭଳି ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିପାରନ୍ତି । ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କ ଚିନ୍ତାଧାରା ନମିଶିପାରେ । ନିଜର ବ୍ୟବସାୟ ସହଭାଗୀଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ଗାଡ଼ି ଚଲାଇବା ସମୟରେ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର: ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ: ମିଥୁନ ରାଶିରେ ରବିଙ୍କର ପ୍ରବେଶ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ଠାରେ ଅର୍ଥ ଠୁଳ କରିବା ପାଇଁ ଆଗ୍ରହ ବୃଦ୍ଧି ହେବ । ପୂର୍ବ ପୁରୁଷଙ୍କ ସମ୍ପତ୍ତି ସମ୍ବନ୍ଧିତ କୌଣସି ପ୍ରକାରର ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି । ଆଜି ଆପଣ ଉଚ୍ଚାକାଂକ୍ଷୀ ହେବେ ।
ଉପଚାର: ପ୍ରତି ଦିନ ନିଜ ପିତାମାତାଙ୍କର ଆଶୀର୍ବାଦ ନିଅନ୍ତୁ
ସିଂହ: ମିଥୁନ ରାଶିରେ ରବିଙ୍କର ଚଳନ ସମୟ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ । ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ କରିବେ । ଏହି ସମୟରେ ସେମାନେ ସମାଜରେ ପ୍ରଚୁର ସମ୍ମାନ ଲାଭ କରିବେ । ନୂତନ ବନ୍ଧୁ ପାଇପାରନ୍ତି ।
ଉପଚାର: ତମ୍ବା ନିର୍ମିତ ସୂର୍ଯ୍ୟ ଯନ୍ତ୍ରକୁ ପୂଜା କରନ୍ତୁ
କନ୍ୟା: ମିଥୁନ ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ବେରୋଜଗାର ଥିବା ବ୍ୟକ୍ତିମାନେ ରୋଜଗାର ପାଇରାରନ୍ତି । ବିଦ୍ୟାର୍ଥୀମାନେ ଏହି ସମୟରେ ଲାଭବାନ ହେବାର ସମ୍ଭାବନା ଅଛି।
ଉପଚାର: ରବିବାର ଦିନ ଭଗବାନ ଶିବଙ୍କର ଜଳାଭିଷେକ କରିବା ସହିତ ଗୁଡ଼ ଦାନ କରନ୍ତୁ