ମେଷ:ମୀନ ରାଶିରେ ରବିଙ୍କର ଚଳନ ହେଉ ଥିବାରୁ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଏଥିପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ରହିଛି । ବିଦ୍ୟାର୍ଥୀମାନେ ବିଦେଶରେ ପାଠପଢିବାର ସୁଯୋଗ ପାଇବାର ସମ୍ଭାବନା ରହିଛି । ବିଦେଶରେ ବ୍ୟବସାୟ କରିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତିମାନେ ଏହି ସମୟରେ ସୁଫଳ ପାଇବେ ।
ଉପଚାର:ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ
ବୃଷ: ମୀନ ସଂକ୍ରାନ୍ତିର ଏହି ମାସରେ ଆପଣ ରୋଜଗାରର ଅନେକ ଉତ୍ସ ପାଇବାର ସମ୍ଭାବନା ଅଛି । ଆପଣ କିଛି ନୂଆ କରିବା ପାଇଁ ଇଚ୍ଛା କରିପାରନ୍ତି । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଆପଣ ନିଜର ଉଚ୍ଚାଧିକାରୀଙ୍କର ସହଯୋଗ ପାଇପାରନ୍ତି । ସମାଜରେ ଆପଣଙ୍କର ସମ୍ମାନ ମଧ୍ୟ ବୃଦ୍ଧି ହୋଇପାରେ ।
ଉପଚାର:ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ମିଥୁନ: ମୀନ ସଂକ୍ରାନ୍ତିରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣିବ । ଆପଣ ନିଜ ମା’ଙ୍କ ଆଶୀର୍ବାଦ ଲାଭ କରିବେ । ବ୍ୟବସାୟୀମାନେ ଉପେକ୍ଷିତ ସହଯୋଗ ପାଇବାର ସମ୍ଭାବନା ଅଛି ।
ଉପଚାର: ସୂର୍ଯ୍ୟଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
କର୍କଟ:ମୀନ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵପ୍ନ ସାକାର ହୋଇପାରେ । ଏହି ସମୟରେ ନିରନ୍ତର ଭ୍ରମଣ କରିପାରନ୍ତି । ଉଚ୍ଚ ଶିକ୍ଷା ପାଇଁ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହବାର ସମ୍ଭାବନା ରହିଛି ।
ଉପଚାର: ପ୍ରତିଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।
ସିଂହ: ମୀନ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ମହିଳା ମାନେ ଶ୍ଵଶୁର ଘର ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମସୟରେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପଣ ଗାଡ଼ି ଚଲାଉଥାନ୍ତି, ତେବେ ସତର୍କତାର ସହ ଚଲାନ୍ତୁ ।
ଉପଚାର: ପ୍ରତିଦିନ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।
କନ୍ୟା:ମୀନ ରାଶିରେ ରବି ଚଳନ ହେତୁ ଆପଣ ଓ ଆପଣଙ୍କ ବ୍ୟବସାୟୀ ସହଭାଗୀଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇପାରେ । ବ୍ୟବସାୟରୁ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ରବିବାର ଦିନ ଗୁଡ଼ରୁ ପ୍ରସ୍ତୁତ ଖାଦ୍ୟ ସୂର୍ଯ୍ୟଙ୍କୁ ଅର୍ପଣ କରିବା ସହିତ ସେହି ଖାଦ୍ୟକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।