ମେଷ: ଆଜି ଠାରୁ ମକର ରାଶିରେ ରବି ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜ ଦାୟିତ୍ଵକୁ ବୁଝିବ । ଆପଣ ନିଜ କାମକୁ ଠିକ ସମୟରେ କରିବା ପାଇଁ ସକ୍ଷମ ହେବେ । କାର୍ଯ୍ୟାଳୟରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ ।
ଉପଚାର– ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।
ବୃଷ: ମକର ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଜ୍ବଳମୟ ହେବ । କିନ୍ତୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ଵାସ୍ଥ୍ୟ ଭଲ ରହିବ । ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ ।
ଉପଚାର– ନିଜ ବାପାଙ୍କର ଚରଣ ସ୍ପର୍ଶ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।
ମିଥୁନ: ଆପଣ ଭ୍ରମଣରେ ଯାଇପାରନ୍ତି । ଏହି ସମୟରେ ଆପଣ ସତର୍କତାର ସହ ଗାଡ଼ି ଚଲାଇବା ଆବଶ୍ୟକ । ଆପଣ ବାହାର ଜାଗାରେ ଖିଆପିଆ କରନ୍ତୁ ନାହିଁ ।
ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।
କର୍କଟ: ମକର ସଂକ୍ରାନ୍ତି ପର ଠାରୁ ରବି ମକର ରାଶିରେ ରହିବେ । ଏହି ସମୟରେ ଆପଣ ସାମାନ୍ୟ ସତର୍କ ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟ କାରଣରୁ ଆପଣ ଖର୍ଚ୍ଚାନ୍ତ ମଧ୍ୟ ହେବେ । ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ଆପଣଙ୍କର ମତାନ୍ତର ଦେଖାଦେବ ।
ଉପଚାର– ପ୍ରତି ଦିନ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ।
ସିଂହ: ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବା ଆବଶ୍ୟକ । କୌଣସି କାମ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ଆୟ ଓ ବ୍ୟୟକୁ ସନ୍ତୁଳନ କରିବା କଷ୍ଟକର ହେବ । ଏହି ସମୟରେ ଆପଣ ଚାକିରି ବଦଳାଇବାକୁ ମନ ବଳାଇପାରନ୍ତି । ଶତୃପକ୍ଷ ପୂର୍ବାପେକ୍ଷା ଦୁର୍ବଳ ରହିବେ ।
ଉପଚାର – ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।
କନ୍ୟା: ମକର ସଂକ୍ରାନ୍ତି ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ବ୍ୟବସାୟ ପାଇଁ ଶୁଭ ହେବ । ଚାକିରିରେ ଆପଣଙ୍କର ଗୋଟିଏ ପଦୋନ୍ନତି ହୋଇପାରେ । ସନ୍ତାନମାନଙ୍କ ସମ୍ପର୍କିତ ଯେକୌଣସି କାର୍ଯ୍ୟରେ ଆପଣ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ସନ୍ତାନମାନଙ୍କର ସୁଖ ପାଇଁ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ । ଶୁଭ କାର୍ଯ୍ୟରେ ସାମିଲ ହେବାର ସମ୍ଭାବନା ଦେଖାଦେବ ।
ଉପଚାର – ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।