ଓଡିଶା

odisha

ETV Bharat / bharat

ମକର ରାଶିରେ ଚଳନ କଲେ ରବି, ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Makar Sankranti: ମକର ସଂକ୍ରାନ୍ତିରେ ମକର ରାଶିରେ ଚଳନ କଲେ ରବି । ଜାଣନ୍ତୁ କେଉଁ ରାଶି ଉପରେ କଣ ପଡିବ ପ୍ରଭାବ । ଅଧିକ ପଢନ୍ତୁ

ମକର ରାଶିରେ ଚଳନ କଲେ ରବି
makar sankranti

By ETV Bharat Odisha Team

Published : Jan 15, 2024, 8:09 AM IST

ମେଷ:ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠାରୁ ମକର ରାଶିରେ ରବି ଚଳନ କରିବେ । ମେଷ ରାଷିର ବ୍ୟକ୍ତି ବିଶେଷଙ୍କ ପାଇଁ ଦାୟିତ୍ବ ବଢିବ । ଆପଣ ସହଜରେ ନିଜ କାମକୁ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବୃଦ୍ଧି ପାଇବ ।

ଉପଚାର – ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ।

ବୃଷ: ମକର ରାଶିରେ ରବିଙ୍କର ପ୍ରବେଶ ପରେ ଏହି ରାଷିର ବ୍ୟକ୍ତି ବିଶେଷଙ୍କ ପାଇଁ ଫଳ ପ୍ରଦ ଅଟେ। ଅନେକ କାର୍ଯ୍ୟରେ ସଫଳତା ପାଇବେ । କଠିନ ପରିଶ୍ରମ କରିବା ଆବଶ୍ୟକ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଭଳିଭଲ ରହିବ ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

ମିଥୁନ: ମକର ରାଶିରେ ରବିଙ୍କର ଚଳନ ହେବା ଦ୍ୱାରା ଆପଣଙ୍କର ଭ୍ରମଣ ଯୋଗ ରହିଛି । ତେଣୁ ନିଜ ସ୍ବାସ୍ଥ୍ୟ ଉପରେ ଅଧ୍ୟକ ଧ୍ୟାନ ଦିଅନ୍ତି । ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଉପଚାର – ସୂର୍ଯ୍ୟ ଦେବତାଙ୍କର ଯେକୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ।

କର୍କଟ: ମକର ସଂକ୍ରାନ୍ତିରେ ରବି ମକର ରାଶିରେ ଅବସ୍ଥାନ କରିବେ । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ହେବାର ମଧ୍ୟ ସମ୍ଭାବନା ଅଛି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

ସିଂହ:ମକର ରାଶିରେ ରବିଙ୍କର ଚଳନ ଆପଣଙ୍କ ପାଇଁ ଶୁଭ ହେବ । ଚଳିତ ସପ୍ତାହରେ ଆୟ ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହେବ । ଏହି ସମୟରେ ଆପଣ ନିଜ ଚାକିରି ବଦଳାଇବା ପାଇଁ ଆଗ୍ରହୀ ହେବାର ସମ୍ଭାବନା ରହିଛି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ।

କନ୍ୟା:ମକର ରାଶିରେ ରବିଙ୍କର ଚଳନ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କର ସାମାନ୍ୟ ଉନ୍ନତି ହେବ । ଚାକିରି କ୍ଷେତ୍ରରେ ଲାଭବାନ ହେବେ । ସନ୍ତାନମାନଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ ।

ଉପଚାର – ଶିବ ଭଗବାନଙ୍କୁ ଉପାସନା କରନ୍ତୁ ।

ତୁଳା:ମକର ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ଆପଣଙ୍କ ପାଇଁ କଷ୍ଟଦାୟକ ହେବାର ସମ୍ଭାବନା ରହିଛି । ଆପଣ ଚିନ୍ତାରେ ରହିବେ । ଏହି ସମୟରେ ଜମି ସମ୍ବନ୍ଧିତ କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ । ଯାହା ବି କାର୍ଯ୍ୟ କରିବେ ଭାବିଚିନ୍ତି କରନ୍ତୁ ।

ଉପଚାର – ପ୍ରତିଦିନ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ।

ବିଛା:ମକର ରାଶିରେ ରବିଙ୍କର ଚଳନ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ସାମାନ୍ୟ କଷ୍ଟଦାୟକ ହେବ । କିଛି କଥାକୁ ନେଇ ଭାଇ ଭାଉଣୀମାନଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ । ଆପଣଙ୍କ ବାପା କିମ୍ବା ଜେଜେବାପାଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଦେଖାଦେବ । କର୍ମକ୍ଷେତ୍ରରେ ପୂର୍ବ ଭଳି ଆତ୍ମବିଶ୍ୱାସ ରହିବ ।

ଉପଚାର – ଗରିବ ଲୋକମାନଙ୍କୁ ଗହମ ଦାନ କରନ୍ତୁ ।

ଧନୁ: ଧନୁ ରାଶିରେ ରବିଙ୍କର ଚଳନ ହେତୁ ଆପଣଙ୍କୁ ଏତେ ଶୁଭଫଳ ମିଳିବ ନାହିଁ । ଏହି ସମୟରେ ପରିବାରର କୌଣସି ଜଣେ ସଦସ୍ୟଙ୍କ ହିତ ଅପଣଙ୍କର ମତାନ୍ତର ହେବାର ସମ୍ଭାବନା ରହିଛି । ବ୍ୟବସାୟୀ କରାଇବାକୁ ମନବଳାଇବେ ।

ଉପଚାର – ପ୍ରତିଦିନ ସୂର୍ଯ୍ୟଙ୍କର ଯେକୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ।

ମକର: ବର୍ତ୍ତମାନ ରବି ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ଏହି ସମୟରେ ଆପଣ ଆତ୍ମବିଶ୍ୱାସୀ ହେବେ । କିନ୍ତୁ ମନରେ ଅହଂକାର ଭାବ ରହିବ । ନିଜର ଜୀବନସାଥୀଙ୍କ ସହିତ କିମ୍ବା ବ୍ୟବସାୟୀ ସହଭାଗୀଙ୍କ ସହିତ ଆପଣଙ୍କର ସମ୍ପର୍କ ବିଗିଡ଼ିବାର ସମ୍ଭାବନା ଅଛି । ନିଜର କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ ।

ଉପଚାର – ପ୍ରତିଦିନ ବାପାଙ୍କର ଆଶିର୍ବାଦ ନିଅନ୍ତୁ ।

କୁମ୍ଭ: ମକର ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ପାଇଁ ଶୁଭମୟ ହେବ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିଦେଶ ଭ୍ରମଣ କରିବାର ସ୍ୱପ୍ନ ସାକାର ହୋଇପାରେ |

ଉପଚାର – ମାତାପିତାଙ୍କର ଆଶିର୍ବାଦ ନେଇ ଯେକୌଣସି କାମ କରନ୍ତୁ ।

ମୀନ: ମକର ରାଶିରେ ରବିଙ୍କର ଚଳନ ସମୟରେ ମୀନ ରାଶି ପାଇଁ ଶୁଭଙ୍କର । ଏହି ସମୟରେ ଆପଣଙ୍କର ଆୟ ବୃଦ୍ଧି ପାଇବ । ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ସନ୍ତାନମାନଙ୍କୁ ନେଇ ଥିବା ଚିନ୍ତା ଦୂର ହେବ । ହେଲେ ଅହଂ ଭାବକୁ ଦୂର କରିବାକୁ ପଡ଼ିବ ।

ଉପଚାର – ଅଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ABOUT THE AUTHOR

...view details