ମେଷ:ଆଜି ଠାରୁ ରବି ନିଜ ରାଶି ସିଂହ ରାଶିରେ ଅବସ୍ଥାନ କରିବେ । ମୂଳ ରାଶି ମେଷ ଥିବା ବ୍ୟକ୍ତିମାନଙ୍କର ପଞ୍ଚମ ଗୃହରେ ରବିଙ୍କର ଚଳନ ହେବାକୁ ଯାଉଛି । ଏହି ଚଳନ ସମୟରେ ବିଦ୍ୟାର୍ଥୀମାନେ ନିଜ ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି ଏବଂ ମୂଳ ରାଶି ମେଷ ଥିବା ବ୍ୟକ୍ତିମାନେ ଅଧ୍ୟାତ୍ମିକ ଦିଗ ଆଡ଼କୁ ଢଳି ପାରନ୍ତି । ଏହି ଚଳନ ଆପଣଙ୍କ ଅଭ୍ୟାସ ଓ ଆଚରଣକୁ ମଧ୍ୟ ଉନ୍ନତ କରିବାର ସମ୍ଭାବନା ଅଛି । ଆପଣ ନିଜର ସନ୍ତାନମାନଙ୍କ ବିଷୟରେ ଚିନ୍ତାମୁକ୍ତ ରହିପାରନ୍ତି ।
ଉପଚାର: କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।
ବୃଷ:ମୂଳ ରାଶି ବୃଷ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ରବିଙ୍କ ଚଳନ ସମୟ କୌଣସି ସମ୍ପତ୍ତି କିମ୍ବା କୌଣସି ଯାନବାହନ କିଣିବା ପାଇଁ ଅତ୍ୟନ୍ତ ଶୁଭ ସମୟ ଅଟେ । ଆପଣ ସରକାରୀ କାମରୁ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ
ମିଥୁନ:ସିଂହ ରାଶିରେ ରବିଙ୍କର ଚଳନ ସମୟରେ ମିଥୁନ ରାଶିର ବ୍ୟକ୍ତିମାନଙ୍କର ସାହସ ଓ ଆତ୍ମବିଶ୍ଵାସ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣ କୌଣସି ନୂତନ ପ୍ରୋଜେକ୍ଟରେ କାମ କରିବାର ସମ୍ଭାବନା ଅଛି । ଉଚ୍ଚ ପଦାଧିକାରିମାନଙ୍କ ସହିତ ଆପଣଙ୍କର ଯୋଗାଯୋଗ ବୃଦ୍ଧି ହୋଇପାରେ । ଅଧିକନ୍ତୁ, ଆପଣ ସରକାରୀ କ୍ଷେତ୍ରରୁ ଲାଭବାନ ହୋଇପାରନ୍ତି ।
ଉପଚାର: ପ୍ରତିଦିନ ଓମ୍ ସୂର୍ଯ୍ୟାୟ ନମଃ ଜପ କରନ୍ତୁ।
କର୍କଟ:ସିଂହ ରାଶିରେ ରବିଙ୍କର ଚଳନ ସମୟଟି ମୂଳ ରାଶି କର୍କଟ ଥିବା ବ୍ୟକ୍ତିମାନଙ୍କ ପାଇଁ ଚମତ୍କାରପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଏହି ସମୟରେ ନିଜର ପରିବାର ସଦସ୍ୟ ଓ ଆପଣଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହୋଇପାରେ । ଆପଣ କଥାବାର୍ତ୍ତାରେ ଅପ୍ରିୟ ସତ୍ୟତା ଓ ରୁକ୍ଷତା ପରିଲିକ୍ଷିତ ହୋଇପାରେ ।
ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ସିଂହ: ସିଂହ ରାଶିର ବ୍ୟକ୍ତିମାନେ ଜାଣି ରଖନ୍ତୁ, ରବି ନିଜ ରାଶିରେ ପ୍ରବେଶ କରିବେ । ଏହି ପର୍ଯ୍ୟାୟଟି ଆପଣଙ୍କ ପାଇଁ ଶୁଭ ହେବାର ସମ୍ଭାବନା ଅଛି । ଏହି ଚଳନ ଦ୍ଵାରା ଆପଣଙ୍କ ନେତୃତ୍ଵ ନେବାର କୌଶଳଗୁଡିକ ଉନ୍ନତ ହୋଇପାରେ । ଯାହା ହେଉନା କାହିଁକି, ଆପଣଙ୍କ ଆଚରଣରେ ସାମାନ୍ୟ ଉଗ୍ରତା ଦେଖିବାକୁ ମିଳିପାରେ ।
ଉପଚାର: ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ ଦ୍ଵାରା ଲାଭବାନ ହେବେ
କନ୍ୟା: ସିଂହ ରାଶିରେ ରବିଙ୍କର ଚଳନ ହେବା ସହିତ ଆପଣ ନିଜ ବ୍ୟବସାୟକୁ ବିଦେଶରେ ପ୍ରସାର କରିବାରେ ସଫଳ ହେବାର ସମ୍ଭାବନା ଅଛି । ବିଗତ ଦିନଗୁଡିକରେ ଆପଣଙ୍କର ଥିବା ସ୍ଵାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରନ୍ତି । ଆପଣ ଅଦାଲତ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ପାଇପାରନ୍ତି କିନ୍ତୁ ଏଥି ପାଇଁ ସମୟ ଲାଗିପାରେ । କ୍ରୋଧିତ ଥିବା ସମୟରେ କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ, ଏହା କରିବା ଦ୍ଵାରା ଆପଣ ଅସୁବିଧାରେ ପଡ଼ିପାରନ୍ତି ।
ଉପଚାର: ଦୈନିକ ପ୍ରାଣାୟାମ ଓ ସୂର୍ଯ୍ୟ ନମସ୍କାର କରନ୍ତୁ