ମେଷ:ଆଜିଠାରୁ ସିଂହ ରାଶିରେ ଚଳନ କରିବେ ରବି ।ସିଂହ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଲୋକମାନେ ପୂଜାପାଠ ଓ ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ । ଆପଣ ଉତ୍ତମ ସଂସ୍କାର ସମ୍ପନ୍ନ ହେବେ । ଆପଣ ସନ୍ତାନ ପାଇଁ କରୁଥିବା ଚିନ୍ତାରୁ ମୁକ୍ତି ପାଇବେ । ତଥାପି ପ୍ରେମ ଜୀବନରେ କିଛି ଭିନ୍ନତା ଦେଖିବାକୁ ମିଳିପାରେ ।
ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳରେ ଅର୍ଘ୍ୟ ଦିଅନ୍ତୁ
ବୃଷ:ସିଂହ ରାଶିରେ ରବିଙ୍କର ଚଳନ ହେତୁ ଗୋଟିଏ ମାସ ପର୍ଯ୍ୟନ୍ତ ବୃଷ ରାଶିର ଲୋକମାନଙ୍କ ପାଖରେ ସମ୍ପତ୍ତି କ୍ରୟ କରିବା ପାଇଁ ଗୋଟିଏ ସୁଯୋଗ ରହିବ । ସରକାରୀ କାମରୁ ଆପଣ ଲାଭବାନ ହେବେ । ମା’ଙ୍କର ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ଜମି ସମ୍ବନ୍ଧୀତ କାମରେ ସତର୍କ ରୁହନ୍ତୁ ।
ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ
ମିଥୁନ:ସିଂହ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ହେବ । ଏହି ସମୟରେ ସେମାନଙ୍କର ସାହସ ବୃଦ୍ଧି ପାଇବ । ଆପଣ ଗୋଟିଏ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ । ଆପଣ ଅନେକ ବଡ଼ ବଡ଼ ଲୋକମାନଙ୍କ ସହିତ ଯୋଗାଯୋଗ କରିବେ ।
ଉପଚାର - ପ୍ରତିଦିନ ଓମ୍ ସୂର୍ଯ୍ୟା ନମଃ ମନ୍ତ୍ର ଜପ କରନ୍ତୁ
କର୍କଟ: ବର୍ତ୍ତମାନ ରବି ଏହି ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । ଆପଣଙ୍କ ପାଇଁ ଏହି ସମ୍ପୂର୍ଣ୍ଣ ଗୋଟିଏ ମାସ ଆଶାରେ ପରିପୂର୍ଣ୍ଣ ହେବ । କିନ୍ତୁ କିଛି ସମୟରେ ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି । ଆପଣଙ୍କ କଥାବାର୍ତ୍ତାରେ କଠୋରତା ଦେଖିବାକୁ ମିଳିବ ।
ଉପଚାର - ପ୍ରତିଦିନ ଗାୟତ୍ରୀ ଚାଳିଶା ଜପ କରନ୍ତୁ
ସିଂହ: ବର୍ତ୍ତମାନ ରବି ଏହି ରାଶିରେ ପ୍ରବେଶ କରିବେ । ଏହି ମାସ ଆପଣଙ୍କ ପାଇଁ ଅନୁକୂଳ ହେବ । ଆପଣଙ୍କର ନେତୃତ୍ଵ ନେବାର ଦକ୍ଷତା ବୃଦ୍ଧି ପାଇବ । ହେଲେ ଏହି ସମୟରେ ଆପଣ ଅହଂକାରୀ ହେବାର ମଧ୍ୟ ସମ୍ଭାବନା ଅଛି । ଆପଣ ସତର୍କତାର ସହ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଶୁଭ ହେବ
କନ୍ୟା: ସିଂହ ରାଶିରେ ରବିଙ୍କର ଆଗମନ ହେଉଥିବା କାରଣରୁ ବିଦେଶ ସମ୍ବନ୍ଧିତ ଆପଣଙ୍କ କାମ ଅତ୍ୟନ୍ତ ଶୁଭପ୍ରଦ ହେବ । ଯେକୌଣସି ପ୍ରକାରର ପୁରାତନ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । ଅଦାଲତ ସମ୍ବନ୍ଧିତ କାର୍ଯ୍ୟରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି ।
ଉପଚାର - ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ।