ଓଡିଶା

odisha

ETV Bharat / bharat

ଧନୁ ରାଶିରେ ଚଳନ କଲେ ରବି, ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Dhanu Sankranti: ଆଜି ଧନୁ ସଂକ୍ରାନ୍ତି । ଆଜିଠୁ ଏକ ମାସ ପର୍ଯ୍ୟନ୍ତ ଧନୁ ରାଶିରେ ଚଳନ କରିବେ ରବି । ଜାଣନ୍ତୁ କଣ ରହିବ ପ୍ରଭାବ ? ବଦଳି ପାରେ ଆପଣ ଭାଗ୍ୟ । ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ । ଅଧିକ ପଢନ୍ତୁ

ଧନୁ ସଂକ୍ରାନ୍ତି
dhanu sankranti

By ETV Bharat Odisha Team

Published : Dec 16, 2023, 7:18 AM IST

ମେଷ:ଆଜି ଧନୁ ରାଶିରେ ରବି ଚଳନ କରିବେ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଦିନ ଅଟେ । ଏକ ମାସ ପର୍ଯ୍ୟନ୍ତ ଆପଣ ଖୁସିରେ ସମୟ ଅତିବାହିତ କରିବେ ଓ ସମ୍ମାନ ବୃଦ୍ଧି ପାଇବ । ଏହି ମାସରେ ଆପଣଙ୍କୁ ଅନେକ କାମରେ ସାହାଯ୍ୟ ସହଯୋଗ ମିଳିବ । ଆୟ ମଧ୍ୟ ବୃଦ୍ଧି ପାଇବ । ବିଦ୍ୟାର୍ଥୀମାନେ ମଧ୍ୟ ସଫଳତା ପାଇବେ ।

ଉପଚାର - ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

ବୃଷ:ଧନୁ ରାଶିରେ ରବିଙ୍କର ପ୍ରବେଶ କାରଣରୁ ଆପଣଙ୍କ ଯେ କୌଣସି ବି ନିଷ୍ପତ୍ତି ନେଉଛନ୍ତି ଭାବିଚିନ୍ତି ନିଅନ୍ତୁ । ବିଶେଷ କରି ସମ୍ପତ୍ତି ସମ୍ବନ୍ଧିତ ନିଷ୍ପତ୍ତି ନେବା ବେଳେ ଟିକେ ବିଳମ୍ବ କରିବା ଉଚିତ୍‌ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଉପଚାର - ପ୍ରତିଦିନ ଗାୟତ୍ରୀ ଚାଳିଶା ଜପ କରନ୍ତୁ ।

ମିଥୁନ: ଧନୁ ରାଶିରେ ରବିଙ୍କ ପ୍ରବେଶ ପରେ ଆପଣଙ୍କୁ ଏତେଟା ଶୁଭ ଫଳ ମିଳିବ ନାହିଁ । ଅହଂ ଭାବ ବୃଦ୍ଧି ପାଇବ । ଜୀବନସାଥିଙ୍କ ସହିତ ମତାନ୍ତର ହୋଇପାରେ । ଏହି ସମୟରେ ନିଜ ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ସମ୍ପର୍କ ଭଲ ରହିବ ନାହିଁ । କାମକୁ ନେଇ ଚାପରେ ରହିବେ । ଆପଣ କୌଣସି ଏକ ଯାଗାକୁ ଭ୍ରମଣରେ ଯିବା ପାଇଁ ମଧ୍ୟ ଯୋଜନା କରିବେ ।

ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

କର୍କଟ:ଧନୁ ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ଆପଣ ଅନେକ କ୍ଷେତ୍ରରୁ ଲାଭବାନ ହେବେ । ସରକାରୀ କାମ ପାଇବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ନିଜ କାର୍ଯ୍ୟାଳୟରେ ମଧ୍ୟ ଗୋଟିଏ ନୂଆ ପ୍ରକଳ୍ପରେ କାମ କରିବା ପାଇଁ ମଧ୍ୟ ସୁଯୋଗ ପାଇବେ ।

ଉପଚାର - ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

ସିଂହ: ଧନୁ ରାଶିରେ ରବିଙ୍କର ପ୍ରବେଶ ଦ୍ବାରା ସିଂହ ରାଶିର ବ୍ୟକ୍ତି ବିଶେଷ ଏତେଟା ଶୁଭଫଳ ପାଇବେ ନାହିଁ । ଏକ ମାସ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କରେ ତିକ୍ତତା ଆସିପାରେ । ସାମାଜିକ କ୍ଷେତ୍ରରେ ଆପଣ ସତର୍କ ହୋଇ କାମ କରିବା ଆବଶ୍ୟକ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।

କନ୍ୟା:ଧନୁ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କୁ ଟିକେ ଯତ୍ନବାନ ହେବାକୁ ପଡିବ । ବାହାରେ ଖାଇବା ପିଇବା ଠାରୁ ଆପଣ ଦୂରେଇ ରୁହନ୍ତୁ । ଏହି ସମୟରେ ଆପଣଙ୍କୁ ବହୁତ କାମ କରିବାକୁ ପଡିପାରେ, ତେଣୁ ଚାପ ଠାରୁ ଦୂରେଇ ରୁହନ୍ତୁ । ରିଅଲ୍ ଇଷ୍ଟେଟ ସମ୍ବନ୍ଧିତ ବୁଝାମଣା କରିବା ସମୟରେ ଅସୁବିଧା ହୋଇପାରେ ।

ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

ତୁଳା: ଧନୁ ରାଶିରେ ରବିଙ୍କର ପ୍ରବେଶ ସମୟ ଆପଣଙ୍କ ପାଇଁ ଶୁଭମୟ ହେବ । ଅନେକ ସମସ୍ୟା ଦୂର ହୋଇଯିବ । ଏହି ସମୟରେ ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ଆପଣ ଭ୍ରମଣରେ ଯିବାର ମଧ୍ୟ ସମ୍ଭାବନା ଅଛି । ଏହି ସମୟରେ କିଛି ବାକି ଥିବା କାମ ମଧ୍ୟ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ବିଛା: ଆଜି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ପୂର୍ବାପେକ୍ଷା ଆହୁରି ଦୃଢ଼ ହୋ‍ଇପାରେ । ପାରିବାରିକ ସମସ୍ୟା ଦେଖା ଦେଇପାରେ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । ଆୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ମାସର ଶେଷ ଦିନରେ ଶୁଭଫଳ ପ୍ରାପ୍ତି ହେବେ ।

ଉପଚାର - ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ଧନୁ:ଧନୁ ରାଶିରେ ରବିଙ୍କ ପ୍ରବେଶ କାରଣରୁ ଆପଣଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭ ଅଟେ କିନ୍ତୁ ଆପଣଙ୍କ ଠାରେ ଅହଂ ଭାବ ମଧ୍ୟ ଦେଖିବାକୁ ମିଳିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଆପଣ ଅତ୍ୟନ୍ତ ଉତ୍ସାହିତ ମଧ୍ୟ ରହିବେ । ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଏବଂ ଆପଣ ଅନେକ କାମ ସହଜରେ କରିବା ପାଇଁ ସକ୍ଷମ ହେବେ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରି ଦିନ ଆରମ୍ଭ କରନ୍ତୁ ।

ମକର: ଧନୁ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ହେଲେ ଏହି ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ପୂର୍ବ ଭଳି ଭଲ ରହିପାରେ । ଏହି ସମୟରେ ଆପଣ କିଛି ଜରୁରୀ କାମ କରିବେ । ଆପଣଙ୍କ ପାଇଁ ସମୟ ଅନୁକୂଳ ହେବ । ନିଜର ବିରୋଧୀମାନଙ୍କ ଉପରେ ଜୟ ଲାଭ କରିବେ ।

ଉପଚାର- ଶିବ ଭଗବାନଙ୍କୁ ଜଳାଭିଷେକ କରନ୍ତୁ ।

କୁମ୍ଭ:ଆଜି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଆପଣ କିଛି ଜରୁରୀକାମ ସଂପୂର୍ଣ୍ଣ କରି ସୁଖ ପ୍ରାପ୍ତି ହେବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ଆପଣ ବ୍ୟବସାୟରେ ଲାଭବାନ ମଧ୍ୟ ହେବେ । ଏହି ସମୟରେ ନିଜ ବାପାଙ୍କ କଥା ଶୁଣି କାମ କରନ୍ତୁ ।

ଉପଚାର - ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

ମୀନ:ଧନୁ ରାଶିରେ ରବିଙ୍କ ପ୍ରବେଶ କାରଣରୁ ଚଳିତ ମାସ ଆପଣଙ୍କ ପାଇଁ ଶୁଭ ହେବ । ଏହି ସମୟରେ ସମ୍ପତ୍ତି ସମ୍ବନ୍ଧିତ ଅନେକ କାମ ସହଜରେ ସଂପୂର୍ଣ୍ଣ କରିବାରେ ଆପଣ ସକ୍ଷମ ହେବେ । ଆପଣଙ୍କ ଦିନ ଗୁଡିକ ଭଲରେ କଟିବ । ମହିଳା ମାନେ ମାଆ ଓ ସ୍ବାମୀଙ୍କ ଯନ୍ତ୍ର ନିଅନ୍ତୁ ।

ଉପଚାର – ଗରିବମାନଙ୍କୁ ଗହମ ଓ ଗୁଡ ବାଣ୍ଟନ୍ତୁ ।

ABOUT THE AUTHOR

...view details