ମେଷ:
ରବି ନିଜର ମୁଳ ରାଶି, ସିଂହରେ ପ୍ରବେଶ କରିବେ । ଏହି ରାଶିଚକ୍ରରେ ପରିବର୍ତ୍ତନ କାରଣରୁ ଆପଣ ଦେବତା ଓ ଦେବୀମାନଙ୍କ ପୂଜା ଅର୍ଚ୍ଚନା ପ୍ରତି ଅତି ଆଗ୍ରହୀ ହେବେ । ଆପଣଙ୍କ ପାଇଁ ଅଧିକ ରୋଜଗାର କରିବାର ନୂତନ ମାର୍ଗ ଖୋଲିଯିବ । ବିଦ୍ୟାର୍ଥୀମାନେ ନିଜ ଅଧ୍ୟୟନର ସୁଫଳ ପାଇବେ । ଆପଣଙ୍କର ଧୀଶକ୍ତି ପ୍ରଖର ହେବ । ଆପଣ ନିଜ ପିତାଙ୍କର ଆଶୀର୍ବାଦ ପାଇବେ । ମାନବିକ ମୂଲ୍ୟବୋଧ ଦ୍ଵାରା ଆପଣ ବଳିୟାନ ହେବେ । ଏହି ସମୟରେ ଆପଣ ନିଜର ସନ୍ତାନ ବିଷୟରେ ଚିନ୍ତିତ ରହିପାରନ୍ତି ।
ଉପଚାର - ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ ଏବଂ ତମ୍ବା ପାତ୍ରରେ ତାଙ୍କୁ କିଛି ଜଳ ଅର୍ପଣ କରନ୍ତୁ ।
ବୃଷ:
ସିଂହ ରାଶିରେ ରବି ପ୍ରବେଶ କରିବା କାରଣରୁ ଆପଣ କିଛି ନୂଆ ସମ୍ପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହୋଇପାରନ୍ତି । ଆପଣ ଗୋଟିଏ ଗାଡ଼ି ମଧ୍ୟ କିଣିବାର ସମ୍ଭାବନା ଅଛି । ଗୋଟିଏ ସରକାରୀ ବିଭାଗ ସମ୍ପର୍କିତ ଏକ କାମରୁ ଆପଣ ଲାଭବାନ ହେବେ । ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ । ଆପଣ ଅଧିକ ଶୃଙ୍ଖଳିତ ହେବା ପାଇଁ ଚେଷ୍ଟା କରିବେ ।
ଉପଚାର - ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ
ମିଥୁନ:
ରବି ସିଂହ ରାଶିରେ ପ୍ରବେଶ କରିବା କାରଣରୁ ଆପଣଙ୍କର ସାହସ ବୃଦ୍ଧି ହୋଇପାରେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣ ବିଭିନ୍ନ ପ୍ରକାରର ନୂଆ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବେ । ଏହି ମାସରେ ଆପଣଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ବୃଦ୍ଧି ପାଇବ । ଆପଣ ଭଲ ରୋଜଗାର କରିବେ । ସରକାରୀ ବିଭାଗ ସମ୍ବନ୍ଧିତ କିଛି କାମରେ ଆପଣ ସ୍ଥାୟି ଲାଭ କରିବେ । ଆପଣ ଉଚ୍ଚ ପଦାଧିକାରୀମାନଙ୍କ ସମ୍ପର୍କରେ ଆସିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବାକୁ ଲାଗିବ ।
ଉପଚାର - ପ୍ରତିଦିନ ଓଁ ସୂର୍ଯ୍ୟାୟ ନମଃ ଜପ କରନ୍ତୁ
କର୍କଟ:
ଏହି ମାସରେ ଆପଣ ନିଜ ପସନ୍ଦର ଖାଦ୍ୟ ଉପଭୋଗ କରିବେ । ଏହି ମାସରେ ଆପଣଙ୍କ ପରିବାରର ସମ୍ମାନ ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଏହା ସହିତ ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ । ଏହି ମାସରେ ଆପଣ ଅନ୍ୟମାନଙ୍କ ପ୍ରତି ନମ୍ର ହେବା ଉଚିତ୍ । ଆପଣଙ୍କର କଥା କଟୁତାପୂର୍ଣ୍ଣ ହୋଇପାରେ, ତେଣୁ ଆପଣ ସାବଧାନ ରହିବା ଆବଶ୍ୟକ । ବହିର୍ଦେଶ ସମ୍ପର୍କିତ କାମ ପାଇଁ କଠିନ ପରିଶ୍ରମ କରିବା ଉଚିତ ।
ଉପଚାର - ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ
ସିଂହ:
ଆଜି ସିଂହ ରାଶିରେ ସୌର ଚଳନ ଯୋଗୁଁ ଆଗାମୀ ଏକ ମାସ ପାଇଁ ରବି ଆପଣଙ୍କ ରାଶିରେ ରହିବେ । ଏହି ସମୟରେ ଆପଣଙ୍କର ନେତୃତ୍ଵ ନେବାର କୌଶଳ ବୃଦ୍ଧି ପାଇବ । ଆପଣଙ୍କର ପ୍ରଭାବ ବିସ୍ତାର ହେବ । ଆପଣ ବ୍ୟବସାୟରେ ଲାଭ କରିବେ । ଏହି ସମୟରେ ଆପଣଙ୍କ ବ୍ୟବହାର ଅଧିକ ଆବେଗମୟ ହୋଇପାରେ । ଆପଣଙ୍କ ଠାରେ ଅହଂ ଭାବ ମଧ୍ୟ ଦେଖା ଦେଇପାରେ । ଆପଣ ଦୃଢ଼ ନିଷ୍ପତ୍ତି ନେବେ କିନ୍ତୁ ନିଜ ବ୍ୟବସାୟର ଉନ୍ନତି ବିଷୟରେ ମଧ୍ୟ ବିଚାର କରିବେ ।
ଉପଚାର - ଶ୍ରୀ ସୂର୍ଯ୍ୟ ଅଷ୍ଟକ ପାଠ କରନ୍ତୁ
କନ୍ୟା:
ରବି ସିଂହ ରାଶିରେ ପ୍ରବେଶ କରୁଥିବା କାରଣରୁ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନେ ବିଦେଶ ସମ୍ପର୍କିତ କାର୍ଯ୍ୟରେ ସଫଳତା ପାଇପାରନ୍ତି । ନିଜର ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ସୁସମ୍ପର୍କ ରହିବ । ହେଲେ କଥା ହେବା ବେଳେ ଆପଣ ବିନା କାରଣରେ କ୍ରୋଧିତ ହୋଇ ଉଠିବେ । ଆପଣ ଆଇନ ସମ୍ବନ୍ଧିତ କାର୍ଯ୍ୟରେ ବିଳମ୍ବରେ ସଫଳତା ପାଇପାରନ୍ତି । ଏହା ବ୍ୟତିତ ଆପଣ ନିଜର ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିପାରନ୍ତି । ଆପଣ ନିଜ ସ୍ଵାସ୍ଥ୍ୟର ଉତ୍ତମ ଯତ୍ନ ନେବା ଆବଶ୍ୟକ । ଉତ୍ତେଜିତ ହୁଅନ୍ତୁ ନାହିଁ ।
ଉପଚାର - ନିଜ ଘରର ପୂର୍ବ କାନ୍ଥରେ ସୂର୍ଯ୍ୟୋଦୟର ଛବି ସ୍ଥାପନ କରନ୍ତୁ ।