ଗାନ୍ଧୀନଗର: ପ୍ରତ୍ୟେକ କର୍ମଜୀବୀ ଲୋକଙ୍କୁ ବୋନସ ପସନ୍ଦ । ନିଜ କମ୍ପାନୀ ମାଲିକଙ୍କଠାରୁ ବୋନସ ପାଇବା ପାଇଁ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କୁ ମାସକର ଦରମା କିମ୍ବା କିଛି ପ୍ରାପ୍ୟ ଦେଇଥାଏ । କିନ୍ତୁ ବର୍ତ୍ତମାନ ଜଣେ ଡେଏରୀ ଫାର୍ମର ମାଲିକ ଦୁଗ୍ଧ ଚାଷୀଙ୍କୁ ବୋନସ ଦେବାକୁ ସ୍ଥିର କରିଛନ୍ତି । ହଜାର କି ଲକ୍ଷ ନୁହେଁ ସେ କର୍ମଚାରୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦେବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
କର୍ମଚାରୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦିଆଯିବା ନେଇ ସୁମୂଲ ଡେଏରୀର ଅଧ୍ୟକ୍ଷ ମନସିଂହ ଭାଇ ପଟେଲ ଘୋଷଣା କରିଛନ୍ତି । ଏହି ବୋନସ ୫ ଜୁନରୁ ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯିବ । ଗୁଜାରଟର ସୁରଟ ଓ ତାପି ଜିଲ୍ଲାରେ ପ୍ରତ୍ୟେକ ଦୁଗ୍ଧ ଚାଷୀମାନଙ୍କୁ ଏହି ବୋନସ ମଳିବ । ଯାହାକୁ ଶୁଣିବା ପରେ ପ୍ରତ୍ୟେକ ଗୋପାଳକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୁମୂଲ ଡେଏରୀର ନିର୍ଦ୍ଦେଶ ଅନୁଯାୟୀ ୫ ଜୁନରୁ ଏହି ବୋନସ କାର୍ଯ୍ୟକାରୀ ହେବ ।
ସୁମୂଲ ଡେଏରୀର ଅଧ୍ୟକ୍ଷ ମନସିଂହ ଭାଇ ପଟେଲ କହିଛନ୍ତି,"ତାପି ଜିଲ୍ଲାର ଦୁଗ୍ଧ ଚାଷୀମାନଙ୍କୁ ପ୍ରତି ଲିଟର ପିଛା ୧୧୦ ଟଙ୍କା ଦିଆଯିବ । ଏଭଳି ବୋନସ ଗତ ଦଶନ୍ଧୀ ମଧ୍ୟରେ ସର୍ବାଧିକ । ତାପି ଗାଁରୁ ୨.୫୦ ଲକ୍ଷ ଲିଟର କ୍ଷୀର କ୍ରୟ କରେ ସୁମୂଲ ଡେଏରୀ । ବିଗତ ଦିନରେ କ୍ଷୀର ଲିଟର ପିଛା ୮୬ ରୁ ୯୨ଟଙ୍କା ଥିଲା । ତେବେ ଜୁନ୍ରୁ ଏହାକୁ ବୃଦ୍ଧି କରି ୧୧୦ ଟଙ୍କା କରାଯିବ । ଯାହା ଫଳରେ ଦୁଗ୍ଧ ଚାଷୀମାନଙ୍କୁ ଗୋଟିଏ ବର୍ଷ ମଧ୍ୟରେ ୩୦୫ କୋଟି ଟଙ୍କାର ମୁନାଫା ହେବ ।"