ନୂଆଦିଲ୍ଲୀ:ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପୁଣି ଏକ ଚିଠି ଲେଖିଲା ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ଏହି ଚିଠିରେ ସେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ହଇରାଣ କରୁଥିବା ନେଇ ଚିଠିରେ ଦର୍ଶାଇଥିବା ବେଳେ ଉପରାଜ୍ୟପାଳଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ସେ କରିଥିବା ଅଭିଯୋଗକୁ ଫେରାଇ ନେବା ପାଇଁ ତାଙ୍କୁ ଧମକ ଦିଆଯାଉଥିବା ସେ ଚିଠିରେ ଲେଖିଛନ୍ତି ।
ସୁକେଶ ଚିଠିରେ ଉଲ୍ଲେଖ କରିଛି, "ଆପ ନେତା ମୋତେ ହଇରାଣ କରୁଛନ୍ତି । ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କର କିଛି ସହଯୋଗୀ ମୋର ପରିବାରକୁ ଧମକ ଦେଉଛନ୍ତି । ଆପର ଦୁଇ ନେତା ଜେଲରେ ଥିବାରୁ ତାଙ୍କର ପୋଲ ଖୋଲିବାରେ ଲାଗିଛି । ତେଣୁ ଆପଣ ଏବେ ଜେଲ ଯିବା ପାଇଁ ପ୍ରସ୍ତୁତି କରନ୍ତୁ ।"
ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲକୁ ଟାର୍ଗେଟ କରି ସେ କହିଛନ୍ତି, " କେଜ୍ରିଓ୍ବାଲ ଏବଂ ଗେହଲଟ ଖୁବ ଶୀଘ୍ର ଜେଲ ଯିବେ । ତେଣୁ ଏବେ ନାଟକ ବନ୍ଦ କରନ୍ତୁ । ଆପଣ ନିଆଁ ସହ ଖେଳୁଛନ୍ତି । ମୋତେ ଆପଣ ଭଲ ଭାବେ ଜାଣିଛନ୍ତି ମୁଁ କଣ, ତେଣୁ ନିଆଁ ସହ ଖେଳିବା ବନ୍ଦ କରନ୍ତୁ । ମୋର ପରିବାରକୁ ନେଇ ଭୁଲ କଥା କୁହାଯାଉଛି ତେଣୁ ମୋତେ ଆପଣ ସାହାଯ୍ୟ କରନ୍ତୁ ।"