ଓଡିଶା

odisha

Money laundering charges: ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ବାନ୍ଧିଲା ED

By

Published : Apr 26, 2023, 10:40 PM IST

ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ବାନ୍ଧିଲା ED । ବାଂଲାଦେଶକୁ ଗୋ-ଚାଳାଣ ଓ ମନିଲଣ୍ଡ୍ରିଂ ମାମଲାରେ ଗତବର୍ଷ ଗିରଫ ହୋଇଥିଲେ ବାପା ଅନୁବ୍ରତ । ଅଧିକ ପଢନ୍ତୁ

Money laundering charges: ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ବାନ୍ଧିଲା ED
Money laundering charges: ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ବାନ୍ଧିଲା ED

କୋଲକାତା:ମନିଲଣ୍ଡ୍ରିଂ ମାମଲାରେ ଗିରଫ TMC ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି । ଗତବର୍ଷ ବାପା ଗିରଫ ହୋଇଥିବା ବେଳେ ଆଜି ଝିଅ ସୁକନ୍ୟା ମଣ୍ଡଳକୁ ସମାନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ବାଂଲାଦେଶକୁ ସୀମା ପାର ଗୋରୁ ଚାଲାଣ ଓ ମନିଲଣ୍ଡ୍ରିଂ ମାମଲାରେ କେନ୍ଦ୍ରୀୟ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଶ୍ଚିମବଙ୍ଗ ସୀମା ପାର କରି ପଡୋଶୀ ବାଂଲାଦେଶକୁ ଗୋରୁ ଚାଲାଣ ଓ ଅର୍ଥନୈତିକ ଠକେଇ ମାମଲାରେ ଗତବର୍ଷ କେନ୍ଦ୍ରୀୟ ସଂସ୍ଥା ଅନୁବ୍ରତଙ୍କୁ ଗିରଫ କରିଥଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ଜେଲରେ ରହିଛନ୍ତି ।

ଅନୁବ୍ରତଙ୍କ ଝିଅ ସୁକନ୍ୟା ବୀରଭୂମ ଜିଲ୍ଲାର ଏକ ସ୍କୁଲ ଶିକ୍ଷକ । ତେବେ ସେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇବା ପରେ ଆଜି ତାଙ୍କୁ ଗିରଫ କରିଛି । ତାଙ୍କୁ ଆସନ୍ତାକାଲି ସ୍ଥାନୀୟ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଅଧିକ ଜେରାର ଅବଶ୍ୟକତା ଥିବା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବା ନେଇ ମଧ୍ୟ ସୂଚନା ରହିଛି ।

ତୃଣମୂଳ କଂଗ୍ରେସ ନେତା ତଥା ଦଳର ବୀରଭୂମି ଜିଲ୍ଲା ସଭାପତି ଥିବା ଅନୁବ୍ରତଙ୍କୁ ସୀମାପାର ଗୋରୁ ଚାଲାଣ ମାମଲାରେ ପ୍ରଥମେ ସିବିଆଇ ଗିରଫ କରିଥିଲା । ପରେ ମନିଲଣ୍ଡ୍ରିଂ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି । ଗତବର୍ଷ ଡିସେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର 32ଟି ସମ୍ପତିକୁ ଜବତ ମଧ୍ୟ କରିଥିଲା । ଜବତ ସମ୍ପତ୍ତିର ମୂଲ୍ଯ ପ୍ରାୟ 1.58 କୋଟି ହେବା ନେଇ ତଦନ୍ତକାରୀ ସଂସ୍ଥା ଦର୍ଶାଇଥିଲା ।

ଏହି ଘଟଣାରେ ଅନୁବ୍ରତଙ୍କ ସହଯୋଗୀ ତଥା ତାଙ୍କ ଅଙ୍ଗରକ୍ଷୀ ସେହେଗିଲ ସୁସେନ (Sehegal Hossain) ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ସିବିଆଇ ଗିରଫ କରିଥିଲା । ଏହି ଘଟଣାରେ ପଶ୍ଚିମବଙ୍ଗ ବୀରଭୂମରେ ଥିବା ଭାରତ ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ଜଣେ ସୀମା ସୁରକ୍ଷା ବଳର ଅଧିକାରୀ ମଧ୍ୟ ଗିରଫ ହୋଇଥିଲେ । ବିଏସଏଫର ଏହି କମାଣ୍ଡାଣ୍ଟ ସ୍ତରୀୟ ଅଧିକାରୀ ଅନୁବ୍ରତଙ୍କ ଗୋଚାଲାଣ ରାକେଟକୁ ସହଯୋଗ କରୁଥିବା ଜଣାପଡିବା ପରେ ତାଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଥିବା ବେଳେ ଆଜି ଅନୁବ୍ରତଙ୍କ ଝିଅ ସୁକନ୍ୟା ମଧ୍ୟ ଗିରଫ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details