ଭୁବନେଶ୍ବର: ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହ ପରୀକ୍ଷା ହେଲା ଏୟାର ମିସାଇଲ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ (Vertical Launch Short Range Surface to Air Missile ) VL-SRSAM ମିସାଇଲ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ଏହି ମିଶାଇଲର ଲକ୍ଷ୍ୟଭେଦ କ୍ଷମତା 15 କିମି ରହିଛି ।
ଏହି ମିସାଇଲକୁ ଭାରତୀୟ ନୌସେନାରେ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଭାରତୀୟ ନୌସେନା ଯୁଦ୍ଧ ଜାହାଜରୁ ମିସାଇଲକୁ ଭର୍ଟିକାଲ୍ ଲଞ୍ଚର୍ ୟୁନିଟ ମାଧ୍ୟମରେ ଭବିଷ୍ୟତରେ ଅତି ସହଜରେ ଉତକ୍ଷେପଣ ମଧ୍ୟ କରାଯାଇ ପାରିବ ।