ଓଡିଶା

odisha

ETV Bharat / bharat

6 ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ - ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଉକ୍ତ ବଙ୍ଗଳାରେ ରହି ଆସୁଛନ୍ତି ସ୍ବାମୀ । ଅଧିକ ପଢନ୍ତୁ

6 ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ
6 ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ

By

Published : Sep 15, 2022, 8:01 AM IST

ନୂଆଦିଲ୍ଲୀ:ସବୁବେଳେ ଚର୍ଚ୍ଚାରେ ରହୁଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁ୍ବ୍ରମଣ୍ୟମ ସ୍ବାମୀଙ୍କ (Former BJP Rajya Sabha MP Subramanian Swamy) ପାଇଁ ବଢିଲା ଅଡୁଆ । ସ୍ବାମୀ ରହୁଥିବା ସରକାରୀ ବଙ୍ଗଳା 6 ସପ୍ତାହ ମଧ୍ୟରେ ଖାଲି କରିବାକୁ (vacate government bungalow within six weeks) ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଏହି ବଙ୍ଗଳା ନଛାଡିବା ପାଇଁ ଆବେଦନ କରିଥିଲେ ସ୍ବାମୀ । ହେଲେ ଦିଲ୍ଲୀ ହାଇକୋର୍ଟ (Delhi High Court) ତାଙ୍କୁ ଆସନ୍ତା 6 ସପ୍ତାହ ବା ଦେଢ ମାସ ମଧ୍ୟରେ ଉକ୍ତ ସରକାରୀ ବଙ୍ଗଳା ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାମୀ (subramanian swamy) ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଉକ୍ତ ବଙ୍ଗଳାରେ ରହି ଆସୁଥିଲେ । ତାଙ୍କୁ ଆଉ ଥରେ ଏହା ଆବଣ୍ଟିତ କରାଯାଉ ବୋଲି ମଧ୍ୟ ସେ ଆବେଦନ ମଧ୍ୟ କରିଥିଲେ । ହେଲେ ବୁଧବାର ଶୁଣାଣିରେ ତାଙ୍କ ଆବେଦନକୁ କୋର୍ଟ ଯଥାର୍ଥ ବୋଲି ଗ୍ରହଣ କରିନାହାନ୍ତି । ସ୍ବାମୀ ବର୍ତ୍ତମାନ Z ବର୍ଗର ସୁରକ୍ଷା ଶ୍ରେଣୀଭୁକ୍ତ ରହିଛନ୍ତି । ତେବେ ଏହି ଶ୍ରେଣୀଭୁକ୍ତ ବ୍ୟକ୍ତିବିଶେଷଙ୍କୁ ସରକାରୀ ବଙ୍ଗଳା ପ୍ରଦାନ କରାଯିବାର କୌଣସି ପ୍ରାବଧାନ ନାହିଁ ବୋଲି କୋର୍ଟ ଦର୍ଶାଇଥିଲେ । ତେବେ ପୂର୍ବରୁ ମଧ୍ୟ ସ୍ବାମୀଙ୍କୁ ଏହି ବଙ୍ଗଳା ଛାଡିବା ପାଇଁ କୁହାଯାଇଥିଲେ ସୁଦ୍ଧା ସେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଏହି ବଙ୍ଗଳା ପୁଣି ଥରେ ଆବଣ୍ଟିତ କରାଯାଉ ବୋଲି ଆବେଦନ କରିଥିଲେ ।

ତେବେ ଏବେ କୋର୍ଟ ତାଙ୍କୁ ଆସନ୍ତା 6 ସପ୍ତାହ ମଧ୍ୟରେ ଉକ୍ତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସ୍ବାମୀଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି । ନିଜ କ୍ୟାରିୟରରେ ଅନେକ ମାମଲା ଲଢିଥିବା ସ୍ବାମୀ ଏହି ପ୍ରସଙ୍ଗରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେପିର ଏହି ବରିଷ୍ଠ ନେତା ସର୍ବଦା ନିଜ କାର୍ଯ୍ୟଶୈଳୀ ଓ ବୟାନ ପାଇଁ ଚର୍ଚ୍ଚା କିମ୍ବା ବିବାଦରେ ଥାନ୍ତି । ତେବେ ରାଜ୍ୟସଭା ସାଂସଦ ଭାବେ ତାଙ୍କର ଚଳିତ ଥର କାର୍ଯ୍ୟକାଳ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details