ଓଡିଶା

odisha

ETV Bharat / bharat

ଚଳନ୍ତା କାରରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ୨ଜଣଙ୍କୁ ବାନ୍ଧିଲା ପୋଲିସ - ଚଳନ୍ତା କାରରେ ଷ୍ଟଣ୍ଟ

ଚଳନ୍ତା ଅଲ୍ଟୋ କାରରେ ଷ୍ଟଣ୍ଟ କରି ବନ୍ଧା ହେଲେ ୨ ଯୁବକ । ଅଧିକ ପଢନ୍ତୁ

Stunting with Alto car
Stunting with Alto car

By

Published : Jan 29, 2023, 10:33 PM IST

ନୋଏଡା: ଚଳନ୍ତା କାରରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା । ୨୭ ହଜାର ଚାଲାଣ କାଟିବା ସହ ଦୁଇ ଜଣକୁ ଗିରଫ କରିଲା ପୋଲିସ । ଗ୍ରେଟର ନୋଏଡାରୁ ସାମ୍ନାକୁ ଆସିଛି ଏଭଳି ଖବର । ଡିସିପି ଅଫିସରୁ ଅଳ୍ପ ଦୂରରେ ବିପଦଜନକ ଷ୍ଟଣ୍ଟ କରୁଥିବା ବେଳେ ଭାଇରାଲ ଭିଡିଓକୁ ଆଧାର କରି ବିଳମ୍ବିତ ରାତିରେ ଦୁଇଜଣକୁ ବାନ୍ଧିଥିଲା ପୋଲିସ ।

ସୂଚନାଅନୁସାରେ, ଶୁକ୍ରବାର ଦିନ ନଲେଜ ପାର୍କ ପୋଲିସ ଷ୍ଟେସନ ନିକଟର ଏକ ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିଲା । ଭିଡିଓରେ ଜଣେ ଯୁବକ ଚଳନ୍ତା ଅଲ୍ଟୋ କାରର ବନେଟ ଉପରେ ବସି ଷ୍ଟଣ୍ଟ କରୁଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ନୋଏଡାର ଟ୍ରାଫିକ ପୋଲିସ ଗାଡି ନମ୍ବରକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଗୌତମ ବୁଦ୍ଧ ପୋଲିସ ୨ ଜଣକୁ ଗିରଫ କରିବା ସହ ୨୭,୫୦୦ ଟଙ୍କା ଜରିମାନ ଆଦାୟ କରିଛି । ଗିରଫ ଦୁଇ ଯୁବକ ହେଲେ ବିପିନ ଏବଂ ନିଶାନ୍ତ । ଡିସିପି କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଏହି ଭିଡିଓ କରିଥିବା ବେଳେ ପୋଲିସର ପେଟ୍ରୋଲିଂକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: Hockey World Cup: ଆଜି ଫାଇନାଲ ଫାଇଟ, କଳିଙ୍ଗରେ ମୁହାଁମୁହିଁ ହେବେ ବେଲଜିୟମ-ଜର୍ମାନୀ

ନଲେଜ୍ ପାର୍କ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ବିନୋଦ କୁମାର କହିଛନ୍ତି, "ଭାଇରାଲ ଭିଡିଓ ବିଷୟରେ ଜାଣି ଆମେ ଅନୁସନ୍ଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଦୁଇ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଧାରା ୧୫୧ ଜାରି ହୋଇଛି । ଏହାସହ ଜରିମାନା ଆଦାୟ କରାଯାଇଛି । ଏହାପରେ ଭବିଷ୍ୟତରେ ଯେମିତି ଆଉ କେହି ଏଭଳି ଷ୍ଟଣ୍ଟ କରନ୍ତୁ ନାହିଁ । ନଚେତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ପାହାଡି ପ୍ରଦେଶର ନିଆରା ପ୍ରଥା: ବରଯାତ୍ରୀ ନେଇ ଆସେ କନ୍ୟା, ବିବାହ ପରେ ଶ୍ୱଶୁର ଘରେ ଯାଏ ବର

ଉଲ୍ଲେଖଯୋଗ୍ୟ ଯେ, ଗୌତମବୁଦ୍ଧ ନଗରରୁ ଲଗାତାର ଦୁଃସାହାସିକ ଷ୍ଟଣ୍ଟ ଭିଡିଓ ସାମ୍ନାକୁ ଆସୁଛି । ପୋଲିସ ସୋମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ବେ ମଧ୍ୟ ଷ୍ଟଣ୍ଟ ନିଶା କମୁନାହିଁ । ସୋସିଆଲ ମିଡିଆରେ ଲୋକପ୍ରିୟତା ଅର୍ଜନ କରିବା ପାଇଁ ନିଜ ଜିବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details