କୋଭିଡ -୧୯ ପଜିଟିଭ ବୟସ୍କମାନଙ୍କ ଠାରେ ‘ସ୍କିନ ରାସ୍’ ସାଧାରଣ କଥା ବୋଲି ଗବେଷକମାନଙ୍କର ଏକ ଟିମ୍ର ଅଧ୍ୟୟନରୁ ଜଣାପଡିଛି । ଏଥିପାଇଁ ଏକ ଅନଲାଇନ ସର୍ଭେ କରାଯାଇଥିଲା । କୋଭିଡ ପଜିଟିଭ ଚିହ୍ନଟ ୧୭ ପ୍ରତିଶତ ବୟସ୍କ ଲୋକ ସେମାନଙ୍କ ତ୍ବଚାରେ ଲାଲ୍ ଦାଗ ଦେଖାଯାଇଛି ବୋଲି କହିଥିଲେ । ୨୧ ପ୍ରତିଶତ କହିଥିଲେ ଯେ, ସ୍କିନ ରାସ୍ କୋଭିଡ-୧୯ର କ୍ଲିନିକାଲ ସାଇନ୍ ।
ବେଳେବେଳେ କୋଭିଡ-୧୯ର ‘କ୍ୟୁଟାନିୟସ ମାନିଫେଷ୍ଟେସନ’ ପ୍ରଥମ ବା କେବଳ ଗୋଟିଏ ହିଁ ଲକ୍ଷଣ ହୋଇଥାଏ । ବ୍ରିଟେନର କିଙ୍ଗ୍ସ କଲେଜର ଗବେଷକ ମାରିଓ ଫାଲଚି ଏ ବିଷୟ ପ୍ରକାଶ କରିଛନ୍ତି । ମୁଖ୍ୟ ଲକ୍ଷଣ ଭିତ୍ତିରେ ଚିହ୍ନଟ ହୋଇପାରୁ ନ ଥିବା କୋଭିଡ ପଜିଟିଭ ମାମଲାଗୁଡିକ ସ୍କିନ ରାସ୍ ଆଧାରରେ ଚିହ୍ନଟ ହୋଇପାରିବ । ଏହା ଫଳରେ ପ୍ରତିକାରମୂଳକ ପଦ କ୍ଷେପ ନିଆଯାଇ ସଂକ୍ରମଣ ଯଥା ସମ୍ଭବ କମ୍ କରାଯାଇପାରିବ ବୋଲି ଗବେଷକ ଫାଲଚି କହିଛନ୍ତି ।