ପାଟନା: ଜାନୁଆରୀ ୨୬ରେ ଦେଶ ସାଧାରଣତନ୍ତ୍ର ପାଳୁଥିବା ବେଳେ ରେଲୱେ ନିଯୁକ୍ତି ବୋର୍ଡର ଦୁଇ ପରୀକ୍ଷା ନୀତିକୁ ନେଇ ବିହାରରେ ତୁମୁଳକାଣ୍ଡ ଘଟାଇଥିଲେ ଉତ୍ତ୍ୟକ୍ତ ଛାତ୍ର । ବିକ୍ଷୋଭ ପ୍ରଦର୍ଶନ ସହିତ ଗୟାରେ ଏକ ଟ୍ରେନରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାକୁ ନେଇ ତିନି ଦିନ ହେବ ଆଶାନ୍ତ ରହିଛି ବିହାର । ଛାତ୍ର ଆଶାନ୍ତି ଚରମ ସୀମାରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଲେଭଲ ପରୀକ୍ଷାକୁ ବାତିଲ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅସୁବିଧାକୁ ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି । ଏହାକୁ କେନ୍ଦ୍ରର ଏକ ଚକ୍ରାନ୍ତ କହି ଆଜି(ଶୁକ୍ରବାର) ଅଲ ଇଣ୍ଡିଆ ଛାତ୍ର ସଂଙ୍ଗଠନ ଏବଂ ଅନ୍ୟ ଛାତ୍ର ସଂଗଠନ ବିହାର ବନ୍ଦ ଡାକରା ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କ କଥା ଶୁଣିବା ପାଇଁ ଏକ କମିଟି ଗଠନ ହୋଇଛି । ମାର୍ଚ୍ଚ ୪ ପୂର୍ବରୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆଲୋଚନା ଚାଲିଛି । କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । କେନ୍ଦ୍ରର ଏହି କମିଟି ଗଠନ ଓ ତଦନ୍ତ ପ୍ରତିଶ୍ରୁତିକୁ ପରେ ବି ବିକ୍ଷୋଭକାରୀମାନେ ପଛଘୁଞ୍ଚା ଦେବାକୁ ମନା କରିଛନ୍ତି । ଏଆଇଏନଏ ଓ ଅନ୍ୟ ଛାତ୍ର ସଂଗଠନ କହିଛନ୍ତି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି କମିଟି ପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରସଙ୍କକୁ ଟାଳି ଦେବା ପାଇଁ ଏକ ଷଡଯନ୍ତ୍ର ।