ଓଡିଶା

odisha

ବିଦ୍ୟାଳୟରେ ନମାଜ ପାଠ କଲେ ଛାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଲକ୍ଷ୍ନୌର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କୁ ନମାଜ ପାଠ କରିବାକୁ ଅନୁମତି ଦେଲେ ପ୍ରିନ୍ସିପାଲ। ଭିଡିଓ ଭାଇରାଲ ପରେ ନିଲମ୍ବିତ। ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 22, 2023, 9:37 AM IST

Published : Oct 22, 2023, 9:37 AM IST

ETV Bharat / bharat

ବିଦ୍ୟାଳୟରେ ନମାଜ ପାଠ କଲେ ଛାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

namaaz
namaaz

ଲକ୍ଷ୍ନୌ:ସ୍କୁଲରେ ନମାଜ ପାଠ କରିବାକୁ ଅନୁମତି ଦେବା ପଡ଼ିଲା ମହଙ୍ଗା । ବିଦ୍ୟାଳୟରେ ଛାତ୍ରମାନେ ନମାଜ ପାଠ କରିବାରୁ ପ୍ରିନ୍ସିପାଲ ନିଲମ୍ବିତ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶନିବାର ଦିନ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି । ଶୁକ୍ରବାର ଦିନ ଛାତ୍ରମାନଙ୍କ ଏକ ଗୋଷ୍ଠୀ ସ୍କୁଲରେ ସମୁହ ନମାଜ ପାଠ କରିଥିଲେ ।

ସ୍କୁଲ୍‌ କ୍ୟାମ୍ପସରେ ଛାତ୍ରମାନେ ନମାଜ ପାଠ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଘଟଣା ସମସ୍ତଙ୍କୁ ନଜରକୁ ଆସିବାକୁ ପ୍ରଧାନ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏନେଇ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ କହିଛନ୍ତି ଯେ, ବିଦ୍ୟାଳୟ ପରିସରରେ ନମାଜ ପଢିବା ବିଭାଗୀୟ ନିର୍ଦ୍ଦେଶାବଳୀ ବିରୁଦ୍ଧ ଅଟେ ।

ଏହା ମଧ୍ୟ ପଢନ୍ତୁ-ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ଗତ ଶୁକ୍ରବାର ଦିନ ନାପିଅର ରୋଡରେ ଥିବା ପ୍ରାଥମିକ ବିଦ୍ୟାଳୟରେ କିଛି ଛାତ୍ର ନମାଜ ପାଠ କରିଥିଲେ । ଏଥିପାଇଁ ସ୍କୁଲର ପ୍ରିନ୍ସିପାଲ ଅନୁମତି ଦେଇଥିଲେ । ଯାହା ଶିକ୍ଷା ବିଭାଗରେ ଥିବା ନିର୍ଦ୍ଦେଶାବଳୀ ବିରୋଧ ଅଟେ। ସ୍କୁଲର ଅନ୍ୟ ଶିକ୍ଷକ ମାନେ ମଧ୍ୟ ଏହି ଘଟଣାକୁ ସ୍ବିକାର କରିଛନ୍ତି ବୋଲି ଲକ୍ଷ୍ନୌ ବେସିକ ଶିକ୍ଷାଧିକାରୀ ଅରୁଣ କୁମାର।

ଏହା ମଧ୍ୟ ପଢନ୍ତୁ-ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ

ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ବ୍ଲକ ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିଥିଲେ। ଅନୁସନ୍ଧାନ ସମୟରେ ସ୍କୁଲରେ ଛାତ୍ରମାନେ ନମାଜ ପାଠ ପଢିବା ସ୍ପଷ୍ଟ ହୋଇଥିଲା। ଉକ୍ତ ବିଦ୍ୟାଳୟର ପ୍ରିନ୍ସିପାଲ ମିରା ଯାଦବଙ୍କୁ ସରକାରୀ ନୀୟମ (Discipline and Appeal) 1999 ଅନୁଯାୟୀ ନିଲମ୍ବିତ କରାଯାଇଥିଲା। ଏଥିସହ ବିଦ୍ୟାଳୟର ଅନ୍ୟ ଶିକ୍ଷକ - ତେହେଜିବ ଫତିମା ଏବଂ ମମତା ମିଶ୍ରଙ୍କୁ ଉକ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ କଡ଼ା ଚେତାବନୀ ଦିଆଯାଇଛି ।

ଗତ ଅଗଷ୍ଟ ମାସରେ ଉତ୍ତର ପ୍ରଦେଶରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ଘଟଣାକୁ ନେଇ ଦେଶରେ ବିବାଦ ଜୋର ଧରିଥିଲା । ଏହି ବିବାଦ ପରେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ଜଣେ ଛାତ୍ର ଶ୍ରେଣୀଗୃହ କଳାପଟାରେ 'ଜୟ ଶ୍ରୀରାମ' ଲେଖିବାରୁ ଶିକ୍ଷକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଆହତ ହେବାରୁ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିଲା ।

ABOUT THE AUTHOR

...view details